ପୃଥିବି ପୃଷ୍ଠକୁ ଫେରିଲା ମାନବ ବିହୀନ ସାମରିକ ମହାକାଶ ବିମାନ, ରେକର୍ଡ ୯୦୮ ଦିନ

ୱାଶିଂଟନ,୧୩ ।୧୧: ଆମେରିକାର ଏକ ମାନବ ବିହୀନ ସାମରିକ ମହାକାଶ ବିମାନ ଏହାର ଷଷ୍ଠ ମିଶନ ପୁରଣ କରି ଶନିବାର ଭୋର ସମୟରେ ପୃଥିବି ପୃଷ୍ଠକୁ ଫେରି ଆସିଛି । ଏହି ବିମାନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଏହାର କକ୍ଷପଥରେ ୯୦୮ ଦିନ ରେକର୍ଡ କରିଛି । ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ୍ ଦ୍ୱାରା ଏହି ସୂଚନା ଦିଆଯାଇଛି । ଏକ ଛୋଟ ମହାକାଶଯାନ ପରି ଦେଖାଯାଉଥିବା ଏହି ସୌର ଚାଳିତ ଯାନ ନାସାର କେନେଡି ସ୍ପେସ ସେଣ୍ଟରରେ ଅବତରଣ କରିଛି । ଏହାର ପୂର୍ବ ମିଶନ ୭୮୦ ଦିନ ରହିଥିଲା ।
ବୋଇଂର ବରିଷ୍ଠ ଉପାଧ୍ୟକ୍ଷ ତଥା ବିମାନର ବିକାଶକାରୀ ଜିମ ଟିଲଟନ କହିଛନ୍ତି ୨୦୧୦ରେ ଏକ-୩୭ବି ପ୍ରଥମେ ଲଞ୍ଚ ହେବା ପରଠାରୁ ଅନେକ ରେକର୍ଡ ଭାଙ୍ଗିଛି । ଏହା ଆମ ଦେଶକୁ ନୂତନ ସ୍ପେସ ଟେକ୍ନୋଲୋଜିଗୁଡିକର ଶୀଘ୍ର ପରୀକ୍ଷା ଏବଂ ଏକୀକରଣ ପାଇଁ ଏକ ଅପୂର୍ବ ସାମର୍ଥ୍ୟ ଦେଇଛି ।

Share