ଓ୍ବାଶିଂଟନ,୨୯।୮: କାବୁଲ ବିମାନ ବନ୍ଦରରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଚକ୍ରାନ୍ତରେ ଥିଲା ଇସ୍ଲାମିକ ଷ୍ଟେଟ୍- ଖାରସାନ (ଆଇଏସ୍-କେ)। ହେଲେ ଏହାକୁ ପଣ୍ଡ କରି ଦେଇଛି ଆମେରିକୀୟ ସେନା। କାବୁଲସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ସମ୍ଭବତଃ ଆତ୍ମଘାତୀ କାର ବମ୍ବରଙ୍କୁ ଆମେରିକୀୟ ସେନା ରକେଟ୍ ମାଡ଼ କରିଛି।
ନାମ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି, ସନ୍ଦିଗ୍ଦ ଆଇଏସ୍ଆଇଏସ୍-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇ ରକେଟ୍ ମାଡ଼ କରାଯାଇଥିଲା।
କାବୁଲ ବିମାନ ବନ୍ଦର ଉତ୍ତରାଞ୍ଚଳରେ ଥିବା ଏକ ଘର ଉପରେ ରକେଟ୍ ମାଡ଼ ଯୋଗୁ ବିସ୍ଫୋରଣ ଘଟିଥିଲା ବୋଲି ଦେଖଣାହାରୀମାନେ କହିଛନ୍ତି। ତେବେ ଏହି ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।