ଆକ୍ରମଣ ସ୍ଥିତିରେ ତାଇଓ୍ବାନର ସୁରକ୍ଷା କରିବେ ଆମେରିକା ସୈନ୍ୟ: ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୯ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଚାଇନ ଆକ୍ରମଣ କଲେ ଆମେରିକାର ସୈନ୍ୟ ତାଇୱାନକୁ ରକ୍ଷା କରିବେ। ରବିବାର ଏକ ଟିଭି ସାକ୍ଷାତକାରରେ ବାଇଡେନ ଏହା କହିଛନ୍ତି।

ତାଇୱାନ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବାଇଡେନଙ୍କ ଏହା ସ୍ପଷ୍ଟ ବକ୍ତବ୍ୟ ବୋଲି କୁହାଯାଉଛି। ଏହା ଦ୍ୱାରା ଆମେରିକାର ଆଭିମୁଖ୍ୟ ଭଲଭାବେ ଜଣାପଡ଼ିଛି ବୋଲି ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ସାକ୍ଷାତକାର ସମୟରେ ଯେତେବେଳେ ଆମେରିକାର ସୈନ୍ୟବାହିନୀ ଚାଇନା ଦାବି କରୁଥିବା ତାଇଓ୍ବାନକୁ ରକ୍ଷା କରିବେ କି ବୋଲି ପଚରାଯିବାରୁ ସେ ହଁ ବୋଲି ଉତ୍ତର ଦେଇଛନ୍ତି।

ଯେତେବେଳେ ବାଇଡେନଙ୍କ ବିବୃତ୍ତି ଉପରେ ମନ୍ତବ୍ୟ ଦେବାକୁ କୁହାଗଲା, ହ୍ବାଇଟ ହାଉସର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ ତାଇୱାନ ପ୍ରତି ଆମେରିକାର ନୀତିରେ ପରିବର୍ତ୍ତନ ହୋଇନାହିଁ। ମୁଖପାତ୍ର କହିଛନ୍ତି, ରାଷ୍ଟ୍ରପତି ଏହା ପୂର୍ବରୁ ମଧ୍ୟ କହି ସାରିଛନ୍ତି। ସେତେବେଳେ ମଧ୍ୟ ସେ ସ୍ପଷ୍ଟ କରିଥିଲେ ଯେ ଆମର ତାଇୱାନ ନୀତିରେ ପରିବର୍ତ୍ତନ ହୋଇନାହିଁ। ଏହା ସତ୍ୟ। ଏହି ନୀତି ଆଗାମୀ ଦିନରେ ଜାରି ରହିବ ବୋଲି ସେ କହିଛନ୍ତି।

Share