ସାଉଥ୍‌ ଚାଇନା ସମୁଦ୍ରରେ ଖସି ପଡ଼ିଲା ଆମେରିକାର ଫାଇଟର ବିମାନ

ପେଣ୍ଟାଗନ,୨୫।୧: ଦକ୍ଷିଣ ଚାଇନା ସମୁଦ୍ରରେ ବିମାନ କ୍ୟାରିୟର ୟୁଏସ୍‌ଏସ୍‌ କାର୍ଲ ଭିନସନରେ ଅବତରଣ ବେଳେ ଆମେରିକାର ଏଫ୍‌-୩୫ସି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ବିମାନର ପାଇଲଟ୍‌। କିନ୍ତୁ ଏହି ଦୁର୍ଘଟଣାରେ ୭ ଆମେରିକୀୟ ଯବାନ ଆହତ ହୋଇଛନ୍ତି ବୋଲି ଆମେରିକା ନେଭି ପକ୍ଷରୁ କୁହାଯାଇଛି।

ରୁଟିନ ଫ୍ଲାଇଟ୍‌ କାର୍ଯ୍ୟାନୁଷ୍ଠାନ ବେଳେ ଦୁର୍ଘଟଣା ଘଟିଥିବା ନେଭି ପକ୍ଷରୁ ବିବୃତିରେ କୁହାଯାଇଛି।

“ଦୁର୍ଘଟଣା ପୂର୍ବରୁ ବିମାନରୁ ସୁରକ୍ଷିତ ଭାବେ ପାଇଲଟ୍‌ ଇଜେକ୍ଟ କରି ସାରିଥିଲେ। ତାଙ୍କୁ ଆମେରିକୀୟ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ଏହି ଘଟଣାରେ ୭ ନାବିକ ଆହତ ହୋଇଛନ୍ତି” ବୋଲି ଆମେରିକୀୟ ନେଭି ପକ୍ଷରୁ କୁହାଯାଇଛି।

Share