ଭାରତରେ ଆମେରିକା ନୌସେନା ଜାହାଜ

ନୂଆଦିଲ୍ଲୀ,୭।୮: ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସାମରିକ ସହଯୋଗ ବୃଦ୍ଧିର ସ୍ବରୂପ ଆମେରିକା ନୌସେନାର ଏକ ଜାହାଜ ମରାମତି ଓ ଆନୁଷଙ୍ଗିକ ସେବା ନିମନ୍ତେ ପ୍ରଥମ ଥର ପାଇଁ ଭାରତ ଆସିଛି।

ତାଇଓ୍ବାନ ପ୍ରସଙ୍ଗକୁ ନେଇ ଚାଇନା ଆମେରିକା ମୁହାଁମୁହିଁ ହୋଇଥିବା ବେଳେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେଲା ଉତ୍ତେଜନା ଲାଗି ରହିଛି। ଏହି ସମୟରେ ୟୁଏସ୍‌ଏନ୍‌ଏସ୍‌ ଚାର୍ଲସ ଡ୍ରିଉ ନାମକ ଆମେରିକା ନୌସେନାର ମାଲ୍‌ବାହୀ ଜାହାଜ ରବିବାର ଚେନ୍ନାଇର କଟ୍ଟୁପଲ୍ଲୀସ୍ଥିତ ଏଲ୍‌ ଆଣ୍ଡ ଟି ଶିପ୍‌ୟାର୍ଡରେ ପହଞ୍ଚତ୍ଛି। ଜାହାଜଟି ୧୧ ଦିନ ରହିବ।

Share