ଓ୍ବାଶିଂଟନ୍,୨୭।୯: ଆମେରିକାର ଓକ୍ଲାହୋମା ରାଜ୍ୟରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ହଠାତ୍ ଆକାଶର ରଙ୍ଗ ବଦଳି ଯାଇଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ। ଆକାଶରେ ଧୂଳି ଓ ଧୂଆଁ ଉପରକୁ ଉଠି ଏକ ଗୋଲାକାର ସ୍ଥାନରେ ଘୁରିବାକୁ ଲାଗିଥିଲା। ଏହା ଦେଖି ଲୋକେ ଭୟରେ ଥରିବାକୁ ଲାଗିଥିଲେ। କିନ୍ତୁ ପରେ ଜାଣିବାକୁ ମିଳିଲା ଯେ ବାତ୍ୟା ଆଗମନରେ ଆକାଶର ରଙ୍ଗ ପରମାଣୁ ପରୀକ୍ଷଣ ପରି ପ୍ରତୀତ ହେଉଛି।
ଶନିବାର ଏହି ଘଟଣାର ଏକ ଭିଡିଓ ଅନଲାଇନରେ ପୋଷ୍ଟ କରାଯାଇଥିଲା। ଏହି ଭିଡିଓରେ, ନରମାନ ସହର ଉପରେ ପରମାଣୁ ବିସ୍ଫୋଟ ହେବା ପରି ଆକାଶର ରଙ୍ଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା। ଆମେରିକାର ପାଣିପାଗ ପୂର୍ବାନୁମାନ ଓ୍ବେଦର ନେଶନ ସୋସିଆଲ ମିଡିଆ ଏକ୍ସରେ ଭିଡିଓ ଜାରି କହିଛି ଯେ, ଆମେରିକାର ସେମିନୋଲେରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।