Categories: ଖେଳ

୬ ବର୍ଷ ପରେ ଶୀର୍ଷ ସ୍ଥାନ ହରାଇଲା ଆମେରିକା

ଜୁରିଚ୍‌,୨୬ା୮: ଫିଫା (ଫେଡେରେଶନ ଅପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ମହିଳା ର଼୍ୟାଙ୍କିଙ୍ଗରେ ବିଶ୍ୱକପ୍‌ ବିଜେତା ସ୍ପେନ୍‌ ୨ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷେ ୬ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ପ୍ରଥମ ଥର ଶୀର୍ଷ ସ୍ଥାନ ହରାଇଛି। ସେମିଫାଇନାଲରେ ସ୍ପେନ୍‌ଠାରୁ ହାରିଥିବା ସୁଇଡେନ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷକୁ ଉଠିଛି।
ଫିଫା ସୂଚନା ମୁତାବକ, ସ୍ପେନ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଜାପାନଠାରୁ ୦-୪ରେ ପରାସ୍ତ ହୋଇଥିବାରୁ ର଼୍ୟାଙ୍କିଙ୍ଗ ପଏଣ୍ଟ ହରାଇଥିଲା। ଦୁଇଥର ବିଶ୍ୱକପ୍‌ ଚାମ୍ପିୟନ ୟୁଏସ୍‌ଏ ପ୍ରି-କ୍ୱାର୍ଟରରେ ସୁଇଡେନଠାରୁ ପରାଜିତ ହେବା ଦ୍ୱାରା ୩ ନମ୍ବର ସ୍ଥାନକୁ ଖସି ଆସିଛି। ଫାଇନାଲରେ ସ୍ପେନ୍‌ଠାରୁ ପରାସ୍ତ ହୋଇଥିବା ୟୁରୋପିଆନ ଚାମ୍ପିୟନ ଇଂଲଣ୍ଡ ପୂର୍ବଭଳି ୪ର୍ଥ ସ୍ଥାନରେ ରହିଛି। ସେମିଫାଇନାଲରେ ଇଂଲଣ୍ଡ ନିକଟରୁ ହାରିଯାଇଥିବା ଫ୍ରାନ୍ସ ୫ ନମ୍ବର ସ୍ଥାନରେ ରହିଛି।

Share