Categories: ଖେଳ

କ୍ୱାର୍ଟରଫାଇନାଲ ସିନ୍ଧୁ, ସେନ୍‌

ନୂଆଦିଲ୍ଲୀ,୧୪ା୭: ୟୁଏସ୍‌ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍‌ ବିଜୟ ହାସଲ କରି ମହିଳା ଓ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ କୋରିଆର ସଙ୍ଗ୍‌ ଶୁଓ ୟୁନ୍‌ଙ୍କୁ ୨୧-୧୪, ୨୧-୧୨ରେ ହରାଇ ଦେଇଛନ୍ତି। ଗତ ସପ୍ତାହରେ ସାନି କାନାଡା ଓପନ ସୁପର ୫୦୦ ଟାଇଟଲ ଜିତିଥିବା ସେନ୍‌ ୨୧-୮, ୨୩-୨୧ରେ ଚେକ୍‌ ରିପବ୍ଲିକର ଜାନ୍‌ ଲୋଡାଙ୍କୁ ମାତ୍ର ୩୯ ମିନିଟ୍‌ରେ ପରାସ୍ତ କରିଛନ୍ତି। ସିନ୍ଧୁ ବର୍ତ୍ତମାନ ଚାଇନାର ଗାଓ ଫାଙ୍ଗ୍‌ ଜିଙ୍କୁ ଭେଟିବେ।

Share