Posted inଖେଳ

ସ୍ବିଟେକ୍‌ ବିଦା, କ୍ୱାର୍ଟରରେ ଜୋକୋଭିଚ୍‌

ନ୍ୟୁୟର୍କ,୫ା୯: ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। କ୍ୱାଲିଫାୟର ଖେଳି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ବୋର୍ନା ଗୋଜୋଙ୍କୁ ୬-୨, ୭-୫ ଓ ୬-୪ର ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି ଜୋକୋଭିଚ୍‌। ୫ ସେଟ୍‌ ବିଶିଷ୍ଟ ମୁକାବିଲା ଖେଳି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ଜୋକୋଭିଚ୍‌ ରବିବାର ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ସତର୍କତା ଓ ନିୟନ୍ତ୍ରଣର ସହିତ ଖେଳିଥିବା ବେଳେ ମାତ୍ର ୧୨ଟି ଅନ୍‌ଫୋର୍ସଡ ଏରର୍‌ କରିଥିଲେ। ଗୋଜୋ ଏହି ମ୍ୟାଚରେ ୪୦ ଅନଫୋର୍ସଡ ଏରର କରିଥିଲେ। ଏହି ବିଜୟ ସହିତ ଆସନ୍ତା ସପ୍ତାହର ଏଟିପି ର଼୍ୟାଙ୍କିଙ୍ଗରେ ଜୋକୋଭିଚ୍‌ ପ୍ରଥମ ସ୍ଥାନକୁ ଫେରିବାକୁ ଯାଉଛନ୍ତି। କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍‌ ୨୫ ବର୍ଷୀୟ ଟେଲର ଫ୍ରିଟ୍‌ଜଙ୍କୁ ଭେଟିବେ। ପୂର୍ବରୁ ୭ ଥର ସେ ଟେଲରଙ୍କୁ ଭେଟିଥିବା ବେଳେ ପ୍ରତ୍ୟେକ ଥର ବିଜୟୀ ହୋଇଛନ୍ତି। ୟୁଏସ୍‌ ଓପନରେ ଏହା ଜୋକୋଭିଚ୍‌ଙ୍କର ୧୩ତମ କ୍ୱାର୍ଟର ଫାଇନାଲ ହୋଇଥିବା ବେଳେ ଟେଲର ପ୍ରଥମ ଥର ପାଇଁ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଅନ୍ୟ ଦୁଇ ଆମେରିକୀୟ ଖେଳାଳି ଫ୍ରାନ୍ସିସ୍‌ ଟିଆଫୋ ଓ ବେନ୍‌ ଶେଲ୍‌ଟନ୍‌ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶେଷ ଥର ପାଇଁ ୨୦୦୫ରେ ଆନ୍ଦ୍ରେ ଆଗାସୀ, ଜେମ୍ସ ବ୍ଲେକ୍‌ ଓ ରବି ଗିନେପ୍ରି ଏହି କୃତିତ୍ୱ ହାସଲ କରିଥିଲେ। ଜୋକୋଭିଚ୍‌-ଟେଲରଙ୍କ ମ୍ୟାଚର ବିଜେତା ସେମି ଫାଇନାଲରେ ଫ୍ରାନ୍ସିସ୍‌ ଟିଆଫୋ ଓ ବେନ୍‌ ଶେଲ୍‌ଟନ୍‌ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତାକୁ ଭେଟିବେ।
ବିଦା ହେଲେ ସ୍ବିଟେକ୍‌: ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍‌ ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ତଥା ଦେଢ ବର୍ଷ ଧରି ଏକ ନମ୍ବର ସ୍ଥାନରେ ରହିଥିବା ସ୍ବିଟେକ୍‌ ଜେଲେନା ଓଷ୍ଟାପେଙ୍କୋଙ୍କ ନିକଟରୁ ୩-୬, ୬-୩ ଓ ୬-୧ ସେଟ୍‌ରେ ପରାଜିତ ହୋଇଛନ୍ତି। ୨୦୧୭ ଫ୍ରେଞ୍ଚ ଓପନ ଚାମ୍ପିୟନ ଓଷ୍ଟାପେଙ୍କୋ ପ୍ରଥମ ସେଟ୍‌ ହାରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ନେଇଥିଲେ। ଏହା ସହିତ ସ୍ବିଟେକ୍‌ ଆସନ୍ତା ସପ୍ତାହର ର଼୍ୟାଙ୍କିଙ୍ଗରେ ଦୁଇ ନମ୍ବର ସ୍ଥାନକୁ ଖସିବା ସ୍ପଷ୍ଟ ହୋଇଛି। ୨ ନମ୍ବର ସ୍ଥାନରେ ଥିବା ଆରିନା ସାବାଲେଙ୍କା କ୍ୟାରିୟରରେ ପ୍ରଥମ ଥର ଏକ ନମ୍ବର ସ୍ଥାନ ହାସଲ କରିବାକୁ ଯାଉଛନ୍ତି। ରବିବାର ମ୍ୟାଚ୍‌ରେ ପ୍ରଥମ ସେଟ୍‌ରେ ପରାଜିତ ହେବା ପରେ ଦ୍ୱିତୀୟ ସେଟ୍‌ରେ ୪-୧ରେ ଆଗୁଆ ରହିଥିଲେ ଓଷ୍ଟାପେଙ୍କୋ। ତେବେ ପଏଣ୍ଟ ବ୍ରେକ୍‌ କରିବା ସହିତ ସ୍ବିଟେକ୍‌ ୪-୩କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ଏହାପରେ ଓଷ୍ଟାପେଙ୍କୋ ଆଉ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇ ନ ଥିଲେ। ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ କାରୋଲିନ୍‌ ଓଜ୍‌ନିଆକିଙ୍କୁ ପରାସ୍ତ କରିଛନ୍ତି କୋକୋ ଗଫ୍‌। ୬-୩, ୩-୬, ୬-୧ ସେଟ୍‌ରେ ମ୍ୟାଚ୍‌କୁ ଜିତିବା ସହିତ ସେରେନା ଓ୍ବିଲିୟମ୍ସଙ୍କ ପରେ ଦ୍ୱିତୀୟ ଆମେରିକୀୟ ମହିଳା ଖେଳାଳି ଭାବରେ ଗଫ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଓଷ୍ଟାପେଙ୍କୋ ଓ ଗଫ୍‌ ପରସ୍ପରକୁ ଦୁଇ ଥର ଲେଖାଏ ଭେଟିଥିବା ବେଳେ ଉଭୟ ଥରେ ଲେଖାଏ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri