ଏଲଏସି ପ୍ରସଙ୍ଗରେ ଏକତରଫା କାର୍ଯ୍ୟକୁ ଆମେରିକାର ବିରୋଧ…

ଓ୍ବାଶିଂଟନ,୨୮।୧ : ଭାରତ ଏବଂ ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକା କହିଛି ଯେ କୌଣସି ପ୍ରକାରର ଏକତରଫା କାର୍ଯ୍ୟ କିମ୍ବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଉପରେ ଅନୁପ୍ରବେଶକୁ ଆମେ ବିରୋଧ କରୁଛୁ। ଆମେରିକାର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ନିକଟରେ ଭାରତ-ଚାଇନ ସୀମାରେ ନିୟୋଜିତ ଚାଇନା ସୈନିକମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ଯୁଦ୍ଧର ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାବେଳେ ଆମେରିକାର ବୈଦେଶିକ ବିଭାଗର ପ୍ରିନ୍ସପାଲ ଡେପୁଟି ପ୍ରେସ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ଆମେ ଏଲଏସି ଉପରେ ଏକତରଫା କାର୍ଯ୍ୟକୁ ନିନ୍ଦା କରୁଛୁ। ଆମେରିକା ଏହି ପ୍ରସଙ୍ଗରେ ତୀକ୍ଷଣ ନଜର ରଖିଥିବା ସେ କହିଛନ୍ତି।

 

Share