ଆମେରିକାରେ ମାଗଣାରେ ଦିଆଯିବ କରୋନା ଟିକା!

ୱାଶିଂଟନ,୧୭ ।୯: ଆମେରିକାର ଟ୍ରମ୍ପ ସରକାର ଏକ ବଡ ଘୋଷଣା କରିଛନ୍ତି । ବୁଧବାର ଆମେରିକା ସଂସଦରେ କୁହାଯାଇଛି କି ଆମେରିକାବାସୀଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦେବାକୁ ଯୋଜନା କରାଯାଉଛି । ଏସମ୍ପର୍କିତ ଏକ ରିପୋର୍ଟ ବୁଧବାର ଆମେରିକା କଂଗ୍ରେସକୁ ଦିଆଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି କି କରୋନା ଟିକା ପାଇଁ ସାଧାରଣ ନାଗରିକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ସମସ୍ତ ରାଜ୍ୟକୁ ଏକ ବୁଲେଟିନ ଜରିଆରେ ଏ ସମ୍ପର୍କରେ ଅବଗତ କରାଯିବ ବୋଲି କହିଛି ଟ୍ରମ୍ପ ସରକାର । ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ଏଜେନ୍ସି ଏହି ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି । ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଏହି ମାଗଣା ଟିକା କରଣ ଅଭିଯାନ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି । ଟିକା ବିତରଣ କାମ ପେଣ୍ଟାଗନ କରିବ । ଆଉ ଏହି ଟିକା ଦେବା କାମ ସିଭିଲ ହେଲ୍‌ଥ ୱାର୍କର କରିବେ ବୋଲି କୁହାଯାଉଛି ।

Share