ଚାଇନିଜ ଭାଇରସ ନେଇ ଭୟଭୀତ ଆମେରିକା, ବାଇଡେନ ସରକାର କମ୍ପ୍ୟୁଟର କୋଡ ଖୋଜିବା ଆରମ୍ଭ କଲେ…

ଓ୍ବାଶିଂଟନ,୩୧।୭ : ନିଜର ସାମରିକ ନେଟୱାର୍କରେ ଚାଇନା ଭାଇରସର ଉପସ୍ଥିତି ଯୋଗୁଁ ଆମେରିକା ଭୟଭୀତ ହୋଇପଡ଼ିଛି। ଆମେରିକା ବିଶ୍ୱାସ କରୁଛି ଚାଇନା ଏହି କମ୍ପ୍ୟୁଟର କୋଡକୁ ସାମରିକ ନେଟୱାର୍କରେ ଫିଟ କରିଛି ଯାହା ଦ୍ୱାରା ଯୁଦ୍ଧ ହେଲେ ଏହା ଆମେରିକାର ସାମରିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଏବେ କମ୍ପ୍ୟୁଟର କୋଡ ଖୋଜିବା ଆରମ୍ଭ କରିଛନ୍ତି।

ଆମେରିକାର ସାମରିକ, ଗୁପ୍ତଚର ଏବଂ ସୁରକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟରେ କହିଛି ଗୁଆମର ଟେଲିକମ ସିଷ୍ଟମରେ ରହସ୍ୟମୟ କମ୍ପ୍ୟୁଟର କୋଡ ଚିହ୍ନଟ କରିବାକୁ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଦାବି କରିଛି। ଗୁଆମରେ ଆମେରିକାର ଏକ ବଡ଼ ସାମରିକ ବେସ ଅଛି। କମ୍ପାନୀ ଦାବି କରିଛି ଏହି କମ୍ପ୍ୟୁଟର କୋଡ ଆମେରିକାର ଅନ୍ୟ ସାମରିକ ବେସରେ ମଧ୍ୟ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ୱାଶିଂଟନରେ ଥିବା ଚାଇନା ଦୂତାବାସ ଏହି ରିପୋର୍ଟକୁ ଅସ୍ବୀକାର କରିଛି।

Share