ଓ୍ବାଶିଂଟନ,୩।୧୦: ଆମେରିକାର ପୂର୍ବ ୟୁଟାରେ ରବିବାର ସାରେ (ସ୍ଥାନୀୟ ସମୟ) ଏକ ବିମାନ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ମୋୟାବ ଉପକଣ୍ଠରେ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଉତ୍ତର ଡକୋଟା ରାଜ୍ୟ ସିନେଟର ଡଗ ଲାର୍ସନ, ତାଙ୍କ ପତ୍ନୀ ଏବଂ ସେମାନଙ୍କର ଦୁଇ ଛୋଟ ପିଲା ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ସିନେଟ ରିପବ୍ଲିକାନ ନେତା ଡେଭିଡ ହଗ ତାଙ୍କ ସାଥୀ ସିନେଟରମାନଙ୍କୁ ପଠାଇଥିବା ଏକ ଇମେଲରେ ସୋମବାର ଡଗ ଲାର୍ସନଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ବରିଷ୍ଠ ଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ମୋୟାବଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା କ୍ୟାନନଲ୍ୟାଣ୍ଡସ ଏୟାରଫିଲ୍ଡରୁ ବିମାନଟି ରବିବାର ସାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶରିଫ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବିମାନରେ ଥିବା ସମସ୍ତ ଚାରିଜଣଙ୍କର ମୃତ୍ୟୁ ଘଟିଛି।