ଟେକ୍ସାସରେ ୪ ଭାରତୀୟ ମହିଳାଙ୍କୁ ଗାଳି ଦେଇ ଗିରଫ ହେଲେ ନିଶାସକ୍ତ ମହିଳା

ଟେକ୍ସାସ,୨୬ ।୮: ଆମେରିକାରେ ଜଣେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳଛି । ତାଜା ସୂଚନା ଅନୁଯାୟୀ, ଟେକ୍ସାସ ସହରରେ ୪ ଭାରତୀୟ-ଆମେରିକୀୟ ମହିଳାଙ୍କ ସହ ମାରପିଟର ଭିଡିଓ ସାମ୍ନାକୁ ଆସିଛି । ଏହାପରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଭିଡିଓରେ ସ୍ପଷ୍ଟ ନଜର ଆସୁଛି କି ମେକ୍ସିକାନ-ଆମେରିକୀୟ ମହିଳା ଭାରତୀୟ ମୂଳ ବାସିନ୍ଦା ମହିଳାଙ୍କୁ ଗାଳି ଦେଉଛନ୍ତି । ଏହାସହ ସେମାନଙ୍କୁ ଭାରତ ଚାଲିଯିବାକୁ କହୁଛନ୍ତି । ଅଭିଯୁକ୍ତ ମହିଳା ଗାଳି ଦେବା ସମୟରେ ‘ଆଇ ହେଟ ୟୁ ଇଣ୍ଡିଆନ୍ସ ଗୋ ବ୍ୟାକ’ ବୋଲି କହୁଥିବା ଦେଖାଯାଇଛି ।

Share