ମୋଦିଙ୍କୁ ଟି-ଶର୍ଟ ଉପହାର ଦେଲେ ବାଇଡେନ

ଓ୍ବାଶିଂଟନ,୨୪।୬: ଭାରତୀୟ-ଆମେରିକୀୟ କମ୍ପାନୀର ସିଇଓମାନଙ୍କ ସହ ଏକ ବୈଠକରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ବତନ୍ତ୍ର ଟି-ଶର୍ଟ ଉପହାର ଦେଇଛନ୍ତି ଯେଉଁଥିରେ ଲେଖା ଅଛି – ‘ଫ୍ୟୁଚର ଇଜ ଏଆଇ’। ଏହା ସହିତ ଆମେରିକା ଏବଂ ଭାରତ ଏହାର ତଳେ ଇଂରାଜୀରେ ଲେଖାଯାଇଛି। ଏହି କାର୍ଯ୍ୟକ୍ରମରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ଆପଲ ସିଇଓ ଟିମ କୁକ ଏବଂ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଥିଲେ। ସମସ୍ତେ ମୋଦିଙ୍କୁ କରତାଳି ଦେଇ ଅଭିନନ୍ଦନ ଜଣାଇଥିଲେ।
ମୋଦି ଏହି ଉପହାର ବା ଟି-ଶର୍ଟର ଚିତ୍ର ଟୁଇଟରରେ ଶେୟାର କରି ଲେଖିଛନ୍ତି, ’ଭବିଷ୍ୟତ ଏଆଇର ଅଟେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉ କିମ୍ବା ଆମେରିକା-ଭାରତ!’ ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ଯେତେବେଳେ ଆମେ ଏକାଠି କାମ କରିବା, ଆମ ଦେଶ ଅଧିକ ଶକ୍ତିଶାଳୀ ହୁଏ। ଏଥି ସହିତ, ସମଗ୍ର ବିଶ୍ୱ ଉପକୃତ ହୁଏ।

Share