ଜୋ ବାଇଡେନ ନାତୁଣୀଙ୍କ ସୁରକ୍ଷାରେ ତ୍ରୁଟି, ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଲେ ସିକ୍ରେଟ ସର୍ଭିସ ଏଜେଣ୍ଟ

ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। କୁହାଯାଉଛି କି ତିନି ଜଣ ଅଜ୍ଞାତ ବ୍ୟକ୍ତି ନାଓମୀଙ୍କ କାର ଝରକା କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ତେବେ ନାଓମୀଙ୍କ ସୁରକ୍ଷାରେ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଗୁଳି କରିବାରୁ ସେମାନେ ଫେରାର ହୋଇଯାଇଥିଲେ।

ରିପୋର୍ଟ ଅନୁଯାୟୀ ସିକ୍ରେଟ ସର୍ଭିସ ଏଜେଣ୍ଟ ବାଇଡେନଙ୍କ ନାତୁଣୀ ନାଓମୀଙ୍କ ସୁରକ୍ଷାରେ ମୁତୟନ ଅଛନ୍ତି। ଘଟଣା ସମାୟାରେ ନାଓମୀ ତାଙ୍କର ସୁରକ୍ଷାକର୍ମୀଙ୍କ ସହିତ ଜର୍ଜଟାଉନରେ ଥିଲେ। ତାଙ୍କର ଏସୟୁଭି କାର ପାର୍କିଂ ଥିବା ସମୟରେ ଏହି ଘଟଣା ଘଟିଥିଲା। ତେବେ ଏହି ମାମଲାରେ ଅଧିକ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ।

ନାଓମି ଗତ ବର୍ଷ ନଭେମ୍ବରରେ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ। ୨୯ ବର୍ଷିୟ ନାଓମି ରାଷ୍ଟ୍ରପତି ବିଡେନଙ୍କ ପୁଅ ହଣ୍ଟର୍ ବିଡେନ ଏବଂ କ୍ୟାଥଲିନଙ୍କ ବଡ ଝିଅ। ନାଓମି ବୃତ୍ତି ଅନୁଯାୟୀ ଜଣେ ଓକିଲ। ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜୋ ବିଡେନଙ୍କ ଝିଅଙ୍କ ନାମରେ ନାଓମିକର ନାମକରଣ କରାଯାଇଥିଲା। ନାଓମି ୱାଶିଂଟନ୍ ଡିସିରେ ରୁହନ୍ତି। ନାଓମି ତାଙ୍କ ଜେଜେବାପା ଜୋ ବିଡେନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସ୍ନେହରେ ତାଙ୍କୁ ‘ପପ୍’ ବୋଲି ଡାକନ୍ତି।

Share