ଆସନ୍ତା ସପ୍ତାହରେ ନିର୍ବାଚନ ଅଭିଯାନ ଘୋଷଣା କରିପାରନ୍ତି ଜୋ ବାଇଡେନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ଟିମ ଆସନ୍ତା ସପ୍ତାହରେ ପୁଣିଥରେ ତାଙ୍କ ନିର୍ବାଚନ ଅଭିଯାନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଦ ଓ୍ବାଶିଂଟନ ପୋଷ୍ଟ’ର ଖବର ଅନୁଯାୟୀ ରାଷ୍ଟ୍ରପତିଙ୍କ ସହଯୋଗୀ ଅଫିସିୟାଲି ତାଙ୍କ ଅଭିଯାନର ଆରମ୍ଭ ପାଇଁ ବାଇଡେନଙ୍କ ଏକ ଭିଡିଓ ଜାରି କରିବା ଯୋଜନାକୁ ଅନ୍ତିମ ରୂପ ଦେଇଛନ୍ତି।
ଦ ଓ୍ବାଶିଂଟନ ପୋଷ୍ଟ ଅନୁଯାୟୀ, ବାଇଡେନ ଓ ତାଙ୍କ ସହଯୋଗୀମାନେ ମଙ୍ଗଳବାର ଭିଡିଓ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି।୨୦୨୦ରେ ବି ଏମାନେ ଏଭଳି ଭାବେ ତାଙ୍କର ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ। ଯୋଜନା ସମ୍ପର୍କରେ ସୂଚନା ରଖୁଥିବା ଲୋକେ ନାମ ନ କହିବା ସର୍ତ୍ତରେ କହିଛନ୍ତି ନିର୍ବାଚନ ଅଭିଯାନକୁ ନେଇ ବିଚାର ବିମର୍ଷ କରାଯାଉଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ଏହାର ଅଫିସିୟାଲ ଘୋଷଣାରେ ଆହୁରି ବିଳମ୍ବ ହୋଇପାରେ।

Share