ଏହି କାରଣରୁ ହ୍ବାଇଟ୍‌ ହାଉସ ବାହାରେ ଅଟକି ରହିଲେ ବାଇଡେନ

ଓ୍ବାଶିଂଟନ,୨୪।୧: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ ଓ ତାଙ୍କ ପରିବାରକୁ ସହ ଅସହଜ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମିଳିଥିବା ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନଙ୍କୁ ହ୍ବାଇଟ୍‌ ହାଉସରେ ପ୍ରବେଶ କରିବା ପାଇଁ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଦେଶର ରାଷ୍ଟ୍ରପତି ଓ ପ୍ରଥମ ମହିଳାଙ୍କ ସହ ଏଭଳି ଘଟଣା ପଛରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହାତ ରହିଥିବା କୁହାଯାଉଛି।

ଏହାର କାରଣ ହେଲା ଟ୍ରମ୍ପ ଓ୍ବାଶିଂଟନ ଡିସି ଛାଡ଼ିବା ପରେ ହ୍ବାଇଟ୍‌ ହାଉସର ସମସ୍ତ ବଟଲର୍ସଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ବାଇଡେନଙ୍କ ପରିବାରକୁ ସ୍ବାଗତ କରିବା ରାଷ୍ଟ୍ରପତି ଭବନର ମୁଖ୍ୟ ଉସର୍‌ ତିମୋଥି ହାରଲେଥଙ୍କ ଦାୟିତ୍ୱ। ହେଲେ ଇନାଗୁରେଶନର ୫ ଘଣ୍ଟା ପୂର୍ବରୁ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। ଏଣୁ ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ପରିବାର ପାଇଁ କୌଣସି ଷ୍ଟାଫ ଉପଲବ୍ଧ ନ ଥିଲେ। ତେବେ ଏଥି ଯୋଗୁ ମାତ୍ର ୧୦ ସେକେଣ୍ଡ୍‌ ବିଳମ୍ବ ହୋଇଥିଲେ, ହେଁ ଗଣମାଧ୍ୟମ ନଜରୁ ଲୁଚି ପାରି ନ ଥିଲା।

Share