ୟୁରୋପୀୟ ଗସ୍ତରେ ଯିବେ ବାଇଡେନ

ଓ୍ବାଶିଂଟନ,୩।୭: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସହଯୋଗକୁ ମଜବୁତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତିନି ଦେଶ – ବ୍ରିଟେନ, ଲିଥୁଆନିଆ ଏବଂ ଫିନଲ୍ୟାଣ୍ଡ ପରିଦର୍ଶନ କରିବାକୁ ୟୁରୋପ ଯିବେ। ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ, ଜୁଲାଇ ୯-୧୩ ଗସ୍ତ ସମୟରେ ରାଷ୍ଟ୍ରପତି ବାଇଡେନ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରଥମେ ବ୍ରିଟେନର ଲଣ୍ଡନ ଗସ୍ତରେ ଯାଇ ରାଜା ଚାଲର୍‌ସ ତୃତୀୟ ଏବଂ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିବେ। ଏହାପରେ ୭୪ତମ ନାଟୋ ସମ୍ମିଳନୀରେ ସାମିଲ ହେବା ପାଇଁ ସେ ଜୁଲାଇ ୧୧ରୁ ୧୨ ପର୍ଯ୍ୟନ୍ତ ବିନିୟସ, ଲିଥୁଆନିଆ ଯାତ୍ରା କରିବେ। ଏହା ପରେ ଆମେରିକା-ନାର୍ଡିକ ନେତାଙ୍କ ସମ୍ମିଳନୀ ପାଇଁ ହେଲସିଙ୍କି, ଫିନଲ୍ୟାଣ୍ଡର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Share