Categories: ଜାତୀୟ

ପାରମ୍ପରିକ ଭାରତୀୟ ନୃତ୍ୟ ସହ ବାଇଡେନ୍‌ଙ୍କୁ ସ୍ବାଗତ, ବଜାଗଲା ‘ଚକ୍‌ ଦେ ଇଣ୍ଡିଆ’ ସଙ୍ଗୀତ

ନୂଆଦିଲ୍ଲୀ,୮।୯: ଜି୨୦ ୨୦୨୩ ଶିଖର ସମ୍ମିଳନୀ ଲାଗି ଭାରତରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ(ଅବସରପ୍ରାପ୍ତ) ଭି.କେ. ସିଂହ ତାଙ୍କୁ ସ୍ବାଗତ କରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ବାଇଡେନ୍‌ଙ୍କୁ ଭାରତୀୟ ପାରମ୍ପରିକ ନୃତ୍ୟ ସହ ସ୍ବାଗତ କରାଯାଇଛି। ଇଂରାଜୀ ଗୀତ ‘ଶେପ୍‌ ଅଫ୍‌ ୟୁ’ ଏବଂ ଭାରତୀୟ ସଙ୍ଗୀତ ‘ଚକ୍‌ ଦେ ଇଣ୍ଡିଆ’ ମଧ୍ୟ ବଜାଯାଇଛି।

କହିରଖୁଛୁ, ବାଇଡେନ୍‌ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ସେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତେବେ ରାଷ୍ଟ୍ରପତି ଭାବେ ବାଇଡେନଙ୍କର ଏହା ପ୍ରଥମ ଭାରତ ଗସ୍ତ।

Share