ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମୋଦି

ଓ୍ବାଶିଂଟନ,୨୩।୮: ଆମେରିକାରେ ୨୦ ଲକ୍ଷରୁ ଅଧିକ ପ୍ରଭାବଶାଳୀ ଭାରତୀୟ-ଆମେରିକୀୟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ କରି ନିର୍ବାଚନ ପ୍ରଚାର ଲାଗି ଟ୍ରମ୍ପ ଭିଡିଓ ବିଜ୍ଞାପନ ଜାରି କରିଛନ୍ତି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଓ ଟ୍ରମ୍ପଙ୍କ ଅହମଦାବାଦ ଗସ୍ତର ଐତିହାସିକ ସମ୍ବୋଧନର ସଂକ୍ଷିପ୍ତ କ୍ଲିପ ଦେଖିବାକୁ ମିଳିଛି। ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ଆରମ୍ଭ ହେଲାଣି ପ୍ରଚାର କାର୍ଯ୍ୟ। ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃୟାରୀରେ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତ କରିଥିବା ବେଳେ ଗୁଜରାଟର ଅହମଦାବାଦରେ ବିଶାଳ ଜନସମୁଦ୍ରକୁ ସମ୍ବୋଧନ କରିଥିଲେ। ଟ୍ରମ୍ପଙ୍କ ସହ ତାଙ୍କ ସହଧର୍ମିଣି ତଥା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ, ଜ୍ୱାଇଁ ଜେରେଡ ଆଦି ଆସିଥିଲେ। ତେବେ ମୋଦି ଯେତେବେଳେ ଆମେରିକା ଗସ୍ତ କରିଥିଲେ ମେଡିସନ ସ୍କୋୟାର ଗ୍ରାଉଣ୍ଡରେ ତାଙ୍କୁ ପାଖାପାଖି ୫୦ ହଜାର ଲୋକ ଲାଇଭ୍‌ ଦେଖିଥିଲେ। ସେଠାରେ ମୋଦି ଯେଉଁ ଭାଷଣ ଦେଇଥିଲେ ସେଥିରେ ସେ ଟ୍ରମ୍ପଙ୍କର ଖୁବ୍‌ ପ୍ରଶଂସା ବି କରିଥିଲେ। ଏବେ ନିର୍ବାଚନ ପ୍ରଚାରରେ ଏହାକୁ ଟ୍ରମ୍ପ ଅସ୍ତ୍ର କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଚକ୍ର ମାମଲା: କ୍ରାଇମ ବ୍ରାଞ୍ଚର ତଦନ୍ତ ଜୋରଦାର

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବ ଶୀଘ୍ର ଚାର୍ଜ...

ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ...

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ।...

ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ...

ପୁରୀ ନୀଳାଦ୍ରୀ ଭକ୍ତ ନିବାସ ନକଲି ୱେବସାଇଟ୍ ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ସିଆଇଡି ସାଇବର କ୍ରାଇମ୍ ୟୁନିଟ୍ ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ତିଆରି କରି ଭକ୍ତମାନଙ୍କୁ ଠକେଇ କରୁଥିବା...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ...

୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର

ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image