ଆମେରିକା ନୌସେନାରେ ମହିଳା ମୁଖ୍ୟ ଲିସା ଫ୍ରାନ୍‌ଚେଟ୍ଟି

ଓ୍ବାଶିଂଟନ,୨୨।୭: ଆମେରିକା ନୌସେନାର ନେତୃତ୍ୱ ଜଣେ ମହିଳା ନେବାକୁ ଯାଉଛନ୍ତି। ଆଡ୍‌ମିରାଲ୍‌ ଲିସା ଫ୍ରାନ୍‌ଚେଟ୍ଟିଙ୍କୁ ନୌସେନା ମୁଖ୍ୟ କରିବା ପାଇଁ ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନେଭିର ପାସିଫିକ୍‌ ଫ୍ଲିଟ୍‌ କମାଣ୍ଡର ଥିବା ଆଡ୍‌ମିରାଲ୍‌ ସାମୁଏଲ୍‌ ପାପାରୋଙ୍କ ନାମ ଚୟନ ପାଇଁ ପ୍ରତିରକ୍ଷା ସଚିବ ଲୟର୍ଡ ଅଷ୍ଟିନ୍‌ ସୁପାରିସ କରିଥିଲେ। କିନ୍ତୁ ବାଇଡେନ୍‌ ନୌସେନାରେ ବର୍ତ୍ତମାନ ଉପମୁଖ୍ୟ ଥିବା ଫ୍ରାନ୍‌ଚେଟ୍ଟିଙ୍କୁ ସୁଯୋଗ ଦେଇଛନ୍ତି।

Share