ୱାଶିଂଟନ,୧୫ ।୮: ଭାରତ ପାଳନ କରୁଛି ସ୍ୱାଧିନତାର ୭୫ ବର୍ଷ । ଏଥିଲାଗି ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତର ଏହି ଖୁସିରେ ସାମିଲ ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୭୫ ବର୍ଷ ସ୍ୱାଧିନତା ଦିବସରେ ଶୁଭକାମନା ଜଣାଇଛନ୍ତି । ଏହାସହ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବି ମନେ ପକାଇଛନ୍ତି । ବାଇଡେନ୍ କହିଛନ୍ତି ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ବଳରେ ଦେଶ ସ୍ୱାଧିନତାର ସ୍ୱାଦ ଚାଖିପାରିଛି । ବେଶ କିଛିଦିନ ହେବ ୪୦ ଲକ୍ଷରୁ ଅଧିକ ଭାରତୀୟ ଆମେରିକାରେ ଥିବା ବେଳେ ଏମାନଙ୍କ ସହ ଆମର ସମ୍ପର୍କ ନିବିଡ ହୋଇଛି ବୋଲି ବାଇଡେନ୍ କହିଛନ୍ତି ।