ଘୂର୍ଣ୍ଣିଝଡ଼ ଇୟାନକୁ ନେଇ ଫ୍ଲୋରିଡାରେ ଏମରଜେନ୍ସି

ୱାଶିଂଟନ,୨୫ ।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫ୍ଲୋରିଡାରେ ଏମରଜେନ୍ସି ଘୋଷଣା କରିଛନ୍ତି । ଫ୍ଲୋରିଡାରେ ଆସିଥିବା ଟ୍ରପିକାଲ ଷ୍ଟର୍ମ ଇୟାନ ପାଇଁ ଏହି ଘୋଷଣା କରାଯାଇଛି । ଏହାସହ ସ୍ଥାନୀୟ ଅଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଷ୍ଟ୍ରପତି ଜୋ ବାଇଡେନ ଫ୍ଲୋରିଡାରେ ରହୁଥିବା ଆଦିବାସୀ ଓ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରପିକାଲ ଷ୍ଟର୍ମ ଇୟାନ ଶୁକ୍ରବାର ବିଳମ୍ବିତ ରାତ୍ରିରେ ମଧ୍ୟ କୈରୋବିୟନ ସାଗର ଉପରେ ଥିଲା । ଏହା ଚଳିତ ସିଜନର ୯ମ ଘୂର୍ଣ୍ଣିଝଡ଼ ଥିଲା । ଏହାପରେ ଶନିବାର ଏମରଜେନ୍ସି ଘୋଷଣା କରାଯାଇଥିଲା । ଆଗକୁ ଏହା ଆହୁରି ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ଏହା ଗ୍ରେଡ ୩ ଥିବା ବେଳେ ଏବେ ଏହା ଗ୍ରେଡ ୪ରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଆଗାମୀ ଦିନରେ ଏହାର ଟ୍ରାକ୍ ଓ ତୀବ୍ରତା ବଦଳିପାରେ ବୋଲି ଅନୁମାନ କରାଯାଇଛି ।

Share