ୱାଶିଂଟନ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହେଲାଣି । ଯୁଦ୍ଧ ଆରମ୍ଭ ଦିନରୁ ଆମେରିକା ୟୁକ୍ରେନକୁ ସାହାଯ୍ୟ କରି ଆସୁଛି । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ୟୁକ୍ରେନକୁ ହେଲିକପ୍ଟର ଓ ସେନା ସାଜ ସରଞ୍ଜାମ ସହିତ ୮୦୦ ମିଲିୟନ ଡଲାରର ନୂଆ ସେନା ସହାୟତାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୟୁକ୍ରେନ ରୁଷିଆ ଆକ୍ରମଣରୁ ନିଜକୁ ରକ୍ଷା ଦେଇ ପାରିବାକୁ ଆମେରିକା ଏଭଳି ସହାୟତା ଯୋଗାଇ ଦେଉଛି । ଏହି ସହାୟତା ସମ୍ପର୍କରେ ପ୍ରଥମେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭୋଲେଡେମିର ଜେଲେନସ୍କିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଓ ତା’ପରେ ଏହି ସହାୟତା ଘୋଷଣା କରିଛନ୍ତି ।
ବାଇଡେନ କହିଛନ୍ତି ଏହି ସହାୟତା ପ୍ୟାକେଜରେ ଅତ୍ୟଧିକ ପ୍ରଭାବୀ ଅସ୍ତ୍ରଶସ୍ତ୍ର ଯାହା ପୂର୍ବରୁ ୟୁକ୍ରେନକୁ ଆମେରିକା ଯୋଗାଇ ଦେଇଛି ଏସବୁ ସାମିଲ ରହିଛି । ୟୁକ୍ରେନର ପୂର୍ବରେ ରୁଷିଆ ସେନାଙ୍କ ଆକ୍ରମଣକୁ ଲକ୍ଷ୍ୟ କରି ଏସବୁ ଯୋଗାଇ ଦିଆଯାଇଛି ।
Posted inଅନ୍ତର୍ଜାତୀୟ