ୱାଶିଂଟନ,୨୧ ।୩: ମୂଳ ଭାରତୀୟ ବଂଶୋଦ୍ଦଭବ ନିଶା ଦେଶାଇ ବିଶ୍ୱାଳ ଆମେରିକାର ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ନିଗମ(ୟୁଏସ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ)ର ଡେପୁଟି ସିଇଓ ହୋଇପାରନ୍ତି । ହ୍ୱାଇଟ ହାଉସ ସୋମବାର କହିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ଆମେରିକୀୟ ନିଶା ଦେଶାଇ ବିଶ୍ୱାଳଙ୍କୁ ୟୁଏସ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନରେ ଏକ ଶୀର୍ଷ ପ୍ରଶାସନିକ ପଦରେ ନାମିତ କରିବାକୁ ଚାହୁଁଛନ୍ତି ।
ନିଶା ଦେଶାଇ ଏବେ ଆମେରିକାର ଚାମ୍ବର ଅଫ କମର୍ସରେ ଆନ୍ତର୍ଜାତୀୟ ରଣନୀତି ଏବଂ ଗ୍ଲୋବାଲ ଇନିସିଏଟିଭ୍ସର ବରିଷ୍ଠ ଉପସଭାପତି ରହିଛନ୍ତି । ସେ ଆମେରିକା ଭାରତ ବ୍ୟବସାୟ ପରିଷଦ ଏବଂ ଆମେରିକା ବାଂଲାଦେଶ ବ୍ୟବସାୟ ପରିଷଦର ତଦାରଖ କରୁଛନ୍ତି । ହ୍ୱାଇଟ ହାଉସ କହିଛି ଯେ ନିଶା ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ବୈଦେଶିକ ବିଭାଗରେ ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟାପାର ବିଭାଗର ସରକାରୀ ସଚିବ ଭାବେ କାର୍ଯ୍ୟ କରିଥିଲେ, ଯେଉଁଠାରେ ସେ ଆମେରିକାର ରଣନୀତିକ ଭାଗିଦାରିର ତଦାରଖ କରିଥିଲେ, ଯେଉଁଥିରେ ବାର୍ଷିକ ଭାରତ-ଆମେରିକ ସାମରିକ ଓ ବାଣିଜ୍ୟିକ ବାର୍ତ୍ତାର ଶୁଭାରମ୍ଭ ସାମିଲ ହୋଇଛି ।