ଓ୍ବାଗନର ମୁଖ୍ୟଙ୍କୁ ବିଷ ଦେବା ଘଟଣା, ବାଇଡେନ କହିଲେ ଖାଦ୍ୟକୁ ନେଇ ଏବେ ରହିବି ସାବଧାନ

ଓ୍ବାଶିଂଟନ,୧୫।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସଫଳ ସେନା ବିଦ୍ରୋହର କିଛି ଦିନ ପରେ ଏକ ବୈଠକରେ ଓ୍ବାଗନର ଗ୍ରୁପର ସେନାଙ୍କୁ ଲଢିବାକୁ ଅବସର ଦେଇଛନ୍ତି। ଏହାସହ ସେ ପରାମର୍ଶ ଦେଇଥିଲେ କି ଓ୍ବାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କୁ ଏକ ଅଲଗା କମାଣ୍ଡର ଭାବେ ହଟାଇ ଦିଆଯାଉ। ଏହି ସୂଚନା ରୁଷିଆର ଏକ ଖବରକାଗଜ ଦେଇଛି।

ଜୁନ ୨୪ରେ ଦକ୍ଷିଣ ରୁଷିଆର ରୋଷ୍ଟୋଭ ସହର ଛାଡିବା ପରଠାରୁ ପ୍ରିଗୋଝିନ ସର୍ବସାଧାରଣରେ ଦେଖାଯାଇ ନ ଥିଲେ। ପରେ ଦାବି କରାଯାଇଥିଲା କି ତାଙ୍କୁ ବିଷ ଦେଇ ମାରି ଦିଆଯାଇଛି। ଏବେ ଏହି ଖବରକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର କହିଛନ୍ତି ଯେ ପ୍ରିଗୋଝିନ କେଉଁଠାରେ ଅଛନ୍ତି ତାହା ମଧ୍ୟ ଆମେରିକା ଜାଣି ନାହିଁ, କିନ୍ତୁ ଥଟ୍ଟା କରି ସେ କହିଛନ୍ତି ଯେ ଓ୍ବାଗନର ମୁଖ୍ୟଙ୍କୁ ବିଷ ଦିଆଯାଇପାରେ। ହ୍ବାଇଟ ହାଉସର ସୂଚନା ଅନୁଯାୟୀ ବାଇଡେନ କହିଛନ୍ତି ଯେ ଯଦି ମୁଁ ତାଙ୍କ ସ୍ଥାନରେ ଥାଆନ୍ତି, ତେବେ ମୁଁ ଯାହା ଖାଇବି ସେଥିପ୍ରତି ଧ୍ୟାନ ଦେବି। ମୁଁ ମୋର ମେନୁ ଉପରେ ନଜର ରଖିବି। ସେ ଆହୁରି ମଧ୍ୟ କହିଛନ୍ତି, ଯେ ସେ ଏସବୁ ମଜା କରିବାକୁ କହିଛନ୍ତି। ବାଇଡେନ କହିଛନ୍ତି, ମୋତେ ଲାଗୁ ନାହିଁଆମ ଭିତରୁ କେହି ନିଶ୍ଚିତ ଭାବେ ଜାଣିଛନ୍ତି କି ରୁଷିଆରେ ପ୍ରିଗୋଝିନଙ୍କ ଭବିଷ୍ୟତ କ’ଣ ହେବ।

Share