ୱାଶିଂଟନ,୧୫ ।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଆଗାମୀ ଦିନରେ ସେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ଗସ୍ତ କରିପାରନ୍ତି । ଆମେରିକାର ଅଧିକାରୀଙ୍କୁ ୟୁକ୍ରେନ୍ ପଠାଇବା ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି ଆମେ ଏବେ ଏହା ଉପରେ ନିର୍ଣ୍ଣୟ ନେଇନାହୁଁ । ତେବେ ସେ ନିଜେ ୟୁରୋପ ଗସ୍ତ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଯେତେବେଳେ ଖବର ଆସିଥିଲା କି ଆମେରିକାର ଶୀର୍ଷ ଅଧିକାରୀ ୟୁକ୍ରେନ୍ ଗସ୍ତ କରିପାରନ୍ତି ବା ବାଇଡେନ କହିଥିଲେ ଆମେରିକାର ଶୀର୍ଷ ଅଧିକାରୀ ଖୁବଶୀଘ୍ର ୟୁକ୍ରେନ୍ ଗସ୍ତ କରିପାରନ୍ତି । ଏତିକିବେଳେ ବାଇଡେନ ନିଜେ ୟୁରୋପ ଗସ୍ତ କରିବାର ସଙ୍କେତ ଦେଇଛନ୍ତି । ତେଣୁ ଅନୁମାନ କରାଯାଉଛି କି ବାଇଡେନ ନିଜେ ୟୁକ୍ରେନ୍ ଗସ୍ତ କରିପାରନ୍ତି । ସୂଚନାଯୋଗ୍ୟ, ରୁଷିଆ ଆକ୍ରମଣରେ ବହୁ କ୍ଷତି ସହିଥିବା ୟୁକ୍ରେନକୁ ଆମେରିକା ଆରମ୍ଭରୁ ସହଯୋଗ କରି ଆସୁଥିବା ବେଳେ ଏବେ ଆଉ ୮ କୋଟି ଡଲାରର ଅତିରିକ୍ତ ସେନା ସହାୟତା ଯୋଗାଇ ଦେବାକୁ ବାଇଡେନ ଘୋଷଣା କରିଛନ୍ତି ।