କୋଭିଡ୍‌ ମହାମାରୀ ଶେଷ ହୋଇଛି

ଓ୍ବାଶିଂଟନ,୧୯।୯: ଆମେରିକାରେ କୋଭିଡ୍‌ ମହାମାରୀ ଶେଷ ହୋଇଥିବା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି। ଆଗାମୀ ଦିନରେ ଆମେରିକା ଅର୍ଥନୀତିରେ ଉନ୍ନତି ଆସିବାକୁ ଯାଉଛି ବୋଲି ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ ନିର୍ବାଚନର ୨ମାସ ପୂର୍ବରୁ ବାଇଡେନ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଦରବୃଦ୍ଧି ରୋକିବା ପାଇଁ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିଥିବାରୁ ଆର୍ଥିକ ଅଭିବୃଦ୍ଧିରେ ଦେଖାଦେଇଥିବା ଶିଥିଳତା ଦୂର ହେବାକୁ ଯାଉଛି ବୋଲି ସିବିଏସ୍‌କୁ ସାକ୍ଷାତ୍‌କାର ଦେଇ ବାଇଡେନ୍‌ କହିଛନ୍ତି।

 

Share