ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ସାକ୍ଷାତ କରିପାରନ୍ତି ଜୋ ବାଇଡେନ

ଓ୍ବାଶିଂଟନ୍‌,୭।୧୦: ସାନ ଫ୍ରାନ୍ସିସ୍କୋରେ ହେବାକୁ ଥିବା ଏସିଆ ପାସିଫିକ ଇକୋନୋମିକ କର୍ପୋରେଶନ (ଏପିଇସି) ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଯୋଗଦେବେ। ନଭେମ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗକୁ ସାକ୍ଷାତ କରିପାରନ୍ତି। ତେବେ ଏପର୍ଯ୍ୟନ୍ତ ଏହି ସୂଚନା ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ।
ଏନେଇ ଆମେରିକୀୟ ଗଣମାଧ୍ୟମରେ ମଧ୍ୟ ନିରନ୍ତର ଖବର ପ୍ରକାଶ କରୁଛି। ତେବେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବାଇଡେନ କହିଛନ୍ତି, ଜିନପିଙ୍ଗଙ୍କୁ ସାକ୍ଷାତ କରିବା ନେଇ ଏପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇନାହିଁ କିନ୍ତୁ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ନଭେମ୍ବର ୧୧ ରୁ ୧୭ ମଧ୍ୟରେ ସାନ ଫ୍ରାନ୍ସିସ୍କୋରେ ଏସିଆ ପାସିଫିକ ଇକୋନୋମିକ କର୍ପୋରେଶନ ସମ୍ମିଳନୀ ଅନୁଷ୍ଠିତ ହେବ।

Share