ଓ୍ବାଶିଂଟନ୍,୨୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୬ଦିନରେ ପହଞ୍ଚିଥିବା ବେଳେ ଏହା ଥମିବାର ନାଁ ନେଉନି। ରୁଷିଆ ଲଗାତର ଭାବେ ୟୁକ୍ରେନ ଉପରେ ମିଶାଇଲ ଓ ରକେଟ ମାଡ଼ ଜାରି ରଖିଛି। ତେବେ ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡ ଗସ୍ତ କରିବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୫ରେ ବାଇଡେନ ପୋଲାଣ୍ଡ ରାଜଧାନୀ ଓ୍ବରସୋ ଗସ୍ତ କରିବେ ବୋଲି ସୋମବାର ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗସ୍ତ ସମୟରେ ସେ ପୋଲାଣ୍ଡର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥିସହ ୟୁକ୍ରେନ ଉପରେ ରୁଷିଆର ଅନ୍ୟାୟ ତଥା ଅପ୍ରାକୃତିକ ଯୁଦ୍ଧରେ ସହଯୋଗୀ ତଥା ସହଭାଗୀ ରାଷ୍ଟ୍ରଙ୍କ ସହ ଆମେରିକା କିଭଳି ପ୍ରତିକ୍ରିୟା ରଖୁଛି ସେନେଇ ଏହି ବୈଠକରେ ଆଲୋଚନା ହେବ।