ପୁଣି ଭୁଲ କହିଲେ ବାଇଡେନ

ୱଶିଂଟନ,୧୧ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଭୁଲ କରିଦେଇଛନ୍ତି । ଅନ୍ କ୍ୟାମେରା ବାଇଡେନ ବଡ ଭୁଲ କରିଦେଇଥିବା ଜଣାପଡିଛି । ଏକ ପ୍ରେସ କନଫରେନ୍ସରେ ବାଇଡେନ ଇରାନର ସହର ଫାଲୁଜାହକୁ ଦକ୍ଷିଣ-ପୂର୍ବ ୟୁକ୍ରେନର ଖେରସନ ସହ ମିଶାଇ ଦେଇଛନ୍ତି । ସେ କହିଛନ୍ତି ରୁଷିଆ ସେନା ଖେରସାନରୁ ବାହାରି ଫାଲୁଜାହ ଦେଇ ବାହାରକୁ ଆସୁଛନ୍ତି ।
ବାଇଡେନଙ୍କ ଏହି ସ୍ଲିପ ଅଫ ଟଙ୍ଗର ଭିଡିଓ ଖୁବଶୀଘ୍ର ଟୁଇଟର ଓ ରେଡିଟ ଭଳି ସାସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି । ଏହାକୁ ଦେଖିବା ପରେ ବାଇଡେନଙ୍କ ସମାଲୋଚକ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଦାବି କରିଦେଇଛନ୍ତି । ଫକ୍ସ ନ୍ୟୁଜର ସୂଚନା ଅନୁଯାୟୀ, ଯେତେବେଳେ ରାଷ୍ଟ୍ରପତି ବାଇଡେନ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବୁଝାମଣା ଚଳିତ ଶୀତ ଋତୁରେ ହେବ ବୋଲି ଆଲୋଚନା କରୁଥିଲେ ସେତେବେଳେ ସେ ଭୁଲରେ ଖେରସନ ସ୍ଥାନରେ ଫାଲୁଜାହ କହିଦେଇଥିଲେ ।
ବାଇଡେନ କହିଥିଲେ, ‘ମୋତେ ଲାଗୁଛି ରୁଷିଆ ସେନା ଫାଲୁଜାହରୁ ପଛକୁ ହଟୁଛନ୍ତି…’ । ଏହାପରେ ଜଣେ ରିପୋର୍ଟରଙ୍କ ସହ କଥା ହେବା ବେଳେ ବାଇଡେନ ତାଙ୍କ ଭୁଲକୁ ସୁଧାରି ନେଇଥିଲେ ।

Share