ଚାଇନାକୁ ଟାର୍ଗେଟ୍‌ କଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମାସ୍ବାମୀ ଚାଇନା ଟାର୍ଗେଟ କରିଛନ୍ତି। ଚାଇନାଠାରୁ ଆର୍ଥିକ ସ୍ବାଧୀନତା ଘୋଷଣା କରିବାକୁ ସେ ଆହ୍ବାନ କରିଛନ୍ତି। ସେ ଭାରତ ସମେତ ଅନ୍ୟ ଦେଶ ସହ ବିସ୍ତାରିତ ସମ୍ପର୍କକୁ ସୁଦୃଢ କରିବାକୁ ପ୍ରସ୍ତାବ ଦେଇଛନ୍ତି। ରାମାସ୍ବାମୀ ଓହିଓରେ ପହଞ୍ଚିଛନ୍ତି। ଏଠାରେ ସେ ବୈଦେଶିକ ନୀତି ବିଷୟରେ କହିଥିଲେ।
ବିବେକ ରାମସ୍ବାମୀ କହିଛନ୍ତି ଯେ, ଆମର ଏକ ସ୍ପଷ୍ଟ ଦର୍ଶନ ଅଛି। ଆମେ ଚାଇନା ଠାରୁ ଅର୍ଥନୈତିକ ସ୍ବାଧୀନତା ଘୋଷଣା କରିବୁ ଏବଂ ଆମେରିକାର ସମୃଦ୍ଧତା ବୃଦ୍ଧି ଉପରେ ଧ୍ୟାନ ଦେବୁ। ମୁଁ ଏଠାରେ ଆପଣମାନଙ୍କୁ ମିଛ କହିବି ନାହିଁ ଯେ ଆମେ ତୁରନ୍ତ ସବୁକିଛି ହାସଲ କରିବୁ। ଆମେ ଚାଇନାଠାରୁ ଅଲଗା ହେବା ପାଇଁ ଗମ୍ଭୀର। କିନ୍ତୁ ଏଥିପାଇଁ ଆମକୁ ଭାରତ ସହ ସମ୍ପର୍କକୁ ମଜଭୁତ କରିବାକୁ ପଡିବ। ଯଦି ମୁଁ ଆମେରିକାର ରାଷ୍ଟ୍ରପତି ହୁଏ, ତେବେ ଚାଇନା ସ୍ବାଧୀନତାର ଚାରୋଟି ମୁଖ୍ୟ ଉପାଦାନ ରହିବ। ପ୍ରଥମେ ଜଳବାୟୁ ପରିବର୍ତ୍ତନ ଏଜେଣ୍ଡାରୁ ସ୍ବାଧୀନତା, ଯାହା କେବଳ ପ୍ରହସନ ଏବଂ ପ୍ରତାରଣା। ଦ୍ୱିତୀୟରେ, ସେମିକଣ୍ଡକ୍ଟର ଚିପ୍ସର ଉତ୍ପାଦନ ବୃଦ୍ଧି। ତୃତୀୟତଃ, ସାମରିକ ଖର୍ଚ୍ଚ ବୃଦ୍ଧି କରି ଚତୁର୍ଥ ତଥା ଚାଇନାର ଔଷଧ ଯୋଗାଣକୁ ଦୂର କରି ଆମେ ଆର୍ଥିକ ଦୃଷ୍ଟିରୁ ସ୍ବାାଧୀନ ହୋଇପାରିବା।
ରିପବ୍ଲିକାନ ପାର୍ଟିର ପ୍ରଥମ ରାଷ୍ଟ୍ରପତି ପ୍ରାଥମିକ ବିତର୍କ ସମୟରେ ରାମାସ୍ବାମୀଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ପରେ ବିଭିନ୍ନ ମତଦାନରୁ ଜଣାପଡିଛି ଯେ, ତାଙ୍କର ଲୋକପ୍ରିୟତା ବଢୁଛି।

Share