ଆମେରିକାରେ ହିଂସା ଆଶଙ୍କା, ହ୍ବାଇଟ୍‌ ହାଉସ୍‌ ସୁରକ୍ଷା ବଢିଲା

ଓ୍ବାଶିଂଟନ୍‌,୪।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ଟ୍ରେଣ୍ଡ ଅନୁଯାୟୀ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ ଆଗୁଆ ଅଛନ୍ତି। ବିଡେନ ନ୍ୟୁ ଜର୍ସିରେ ଜିତିଛନ୍ତି। ତେବେ ନିର୍ବାଚନ ଫଳଫଳ ଆସିବା ପରେ ଆମେରିକାରେ ହିଂସା ଆଶଙ୍କା କରାଯାଉଛି। ହ୍ବଇଟ ହାଉସ୍‌ଏବଂ ଆମେରିକାର ପ୍ରମୁଖ ବ୍ୟବସାୟିକ ମାର୍ଗରେ ସୁରକ୍ଷା କଡାକଡି କରାଯାଇଛି। ଖୁଚୁରା ବ୍ୟବସାୟୀମାନେ ସେମାନଙ୍କର ଷ୍ଟୋରଗୁଡ଼ିକୁ ସୁରକ୍ଷା କଭର ସହିତ ଘୋଡାଇ ଦେଇଛନ୍ତି। ମହତ୍ତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ହାଇଆଲର୍ଟ ଜାରି କରାଯାଇଛି। ହ୍ବାଇଟ ହାଉସକୁ ମଧ୍ୟେ ସୈନ୍ୟ ଛାଉଣୀ କରାଯାଇଛି। ସମଗ୍ର ଦେଶରେ ବିରୋଧର ମୁକାବିଲା ପାଇଁ ପ୍ରାୟ ୬୦୦ନ୍ୟାସନାଲ ଗାର୍ଡ ସୈନିକିକଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

Share