ଆମେରିକାର ଚାପ: ଇରାନ ସହିତ ପାକିସ୍ତାନ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ପ୍ରକଳ୍ପ ବନ୍ଦ କଲା ପାକିସ୍ତାନ…

ଇସଲାମାବାଦ,୭।୮ : ଇରାନ ସହିତ ପାକିସ୍ତାନ ସାମୟିକ ଭାବେ ଏକ ବିଲିୟନ ଡଲାର ଗ୍ୟାସ ପାଇପଲାଇନ ଚୁକ୍ତି ବନ୍ଦ କରି ଦେଇଛି। ଆମେରିକାର ଚାପ ଯୋଗୁଁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି ବୋଲି ମିଡିଆ ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ଇରାନ ସହିତ ଗ୍ୟାସ ପାଇପଲାଇନ ପ୍ରକଳ୍ପରୁ ଶସ୍ତା ଗ୍ୟାସ ପାଇବାର ଥିଲା, କିନ୍ତୁ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ଆମେରିକାର ପ୍ରତିବନ୍ଧକ ଯୋଗୁଁ ପାକିସ୍ତାନ ବର୍ତ୍ତମାନ ଏହି ପ୍ରକଳ୍ପରୁ ପଛଘୁଞ୍ଚା ଦେଇଛି।

ସମ୍ପ୍ରତି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାର ତିନି ବିଲିୟନ ଡଲାର ଋଣ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଆଲୋଚନା କରୁଛନ୍ତି। ଆଇଏମଏଫ ସହିତ ହୋଇଥିବା ଚୁକ୍ତିରେ କୌଣସି ଅସୁବିଧା ହେବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଉଛି। ତେଣୁ ପାକିସ୍ତାନ ଇରାନ ଗ୍ୟାସ ପାଇପ ଲାଇନ ପ୍ରକଳ୍ପରୁ ବାହାରି ଯାଇଛି। ପୂର୍ବରୁ ଏହି ଗ୍ୟାସ ପାଇପଲାଇନ ପ୍ରକଳ୍ପରେ ଭାରତ ମଧ୍ୟ ଜଡିତ ଥିଲା କିନ୍ତୁ ପରେ ଭାରତ ଏହି ଚୁକ୍ତିରୁ ବାହାରି ଆସିଥିଲା।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ବାହ୍ୟ ଚାପ କାରଣରୁ ଇସଲାମାବାଦ ଇରାନ ଗ୍ୟାସ ପାଇପଲାଇନ ପ୍ରକଳ୍ପ ଉପରେ ଅଙ୍କୁଶ ଲଗାଇଛି। ଯେପର୍ଯ୍ୟନ୍ତ ଇରାନ ଆମେରିକାର ପ୍ରତିବନ୍ଧକରୁ ମୁକ୍ତି ପାଇବ ନାହିଁ କିମ୍ବା ଆମେରିକା ପାକିସ୍ତାନକୁ ନ ଆସିବ ସେ ପର୍ଯ୍ୟନ୍ତ ପାକିସ୍ତାନ ଏହି ପ୍ରକଳ୍ପ ସହିତ ଆଗକୁ ବଢ଼ିପାରିବ ନାହିଁ। ପାକିସ୍ତାନ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି, ଏଭଳି ପରିସ୍ଥିତିରେ ଇରାନ-ପାକିସ୍ତାନ ଗ୍ୟାସ ପାଇପଲାଇନ କାମ ବନ୍ଦ କରିବା ଏହା ପାଇଁ ଏକ ବଡ ଝଟକା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍‌ ଆଟାକ୍‌, ୭ ମିନିଟ୍‌ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର

ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍‌ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା...

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri