ଆମେରିକାର କ୍ୱିଣ୍ଟାନା ସମୁଦ୍ର କୂଳରେ ମାଛ ମଡକ

ଓ୍ବାଶିଂଟନ୍‌,୧୩।୬: ବିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ସଙ୍କଟାପୂର୍ଣ୍ଣ କରିସ୍ଥିତି ଦେଇ ଗତି କରୁଛି। ବିଶ୍ୱତ୍ତାପନ ଧୀରେ ଧୀରେ ବଢିବାରେ ଲାଗିଛି। ତେବେ ଏହାର ପ୍ରଭାବ ପଡିଛି ଜଳଜୀବଙ୍କ ମଧ୍ୟରେ। ଆମେରିକା ଟେକ୍ସାସରେ ଲକ୍ଷ ଲକ୍ଷ ମାଛ କ୍ୱିଣ୍ଟାନା ସମୁଦ୍ର କୂଳରେ ମରି ପଡିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ତାପମାତ୍ରା ବୃଦ୍ଧି କାରଣରୁ ପାଣିରେ ଶ୍ୱାସକ୍ରିୟା ନ କରିପାରି ମାଛମାନଙ୍କର ମୃତ୍ୟୁ ହୋଇଛି। ଟେକ୍ସାସର ବନ୍ୟପ୍ରାଣୀ ବିଭାଗର ଅଧିକାରୀ କହିଛନ୍ତି, ପାଣିରେ ଅମ୍ଳଜାନର ଅଭାବ ଦେଖାଯିବା ଯୋଗୁ ଏପରି ଘଟଣା ଘଟିଛି। ଅଧିକାଂଶ ମଲାମାଛଗୁଡିକ ହେଲେ ମ୍ୟାନହେଡେନ ପ୍ରଜାତିର। ତେବେ ଏହି ଫଟୋ ଭାଇରାଲ ହେବା ପରେ ବହୁ ପରିବେଶପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଏହି ପ୍ରଜାତିର ମାଛଗୁଡ଼ିକ ଗ୍ରୀଷ୍ମ ଋତୁରେ ମରିବା ସାଧାରଣ କଥା। ସମୁଦ୍ରର ଗଭୀର ପାଣି ଠାରୁ କୂଳରେ ଥିବା ପାଣି ବହୁ ଶୀଘ୍ର ଗରମ ହୋଇଥାଏ। ତେବେ ଏହି ମାଛମାନେ କୂଳ ନିକଟକୁ ପୁଣି ଫେରି ପାରନ୍ତି ନାହିଁ।
ଶୁକ୍ରବାରଠାରୁ କ୍ୱିଣ୍ଟାନା ସମୁଦ୍ର କଳୂରେରେ ଏପରି ମାଛ ମଡକ ଦେଖିବାକୁ ମିଳିଛି। ପ୍ରଶାସନ ଏହାକୁ ହଟାଇ ସମୁଦ୍ରକୂଳ ସଫା କରୁଛନ୍ତି।

Share