ୱାଗନର ପିଏମସିକୁ ଅପରାଧିକ ସଙ୍ଗଠନ ଘୋଷଣା କଲା ଆମେରିକା, ଆସନ୍ତା ସପ୍ତାହରେ ଘୋଷଣା ହେବ ପ୍ରତିବନ୍ଧକ

ୱାଶିଂଟନ,୨୧ ।୧: ହ୍ୱାଇଟ ହାଉସର ପ୍ରବକ୍ତା ଜନ କିର୍ବି କହିଛନ୍ତି, ଆମେରିକା ଶୁକ୍ରବାର ‘ୱେଗନର’ ପିଏମସିକୁ ପାରମ୍ପରିକ ଅପରାଧିକ ସଙ୍ଗଠନ ଘୋଷଣା କରିଛି । ହ୍ୱାଇଟ ହାଉସ ବ୍ରିଫିଙ୍ଗରେ କିର୍ବି କହିଛନ୍ତି ଏହି ୟେୱଗେନି ପ୍ରିଗୋଝିନର ସେନା କମ୍ପାନୀ ବିରୋଧରେ ଅତିରିକ୍ତ ପ୍ରତିବନ୍ଧକ ଲଗାଯିବ, ଯାହାର ଘୋଷଣା ଆସନ୍ତା ସପ୍ତାହରେ କରାଯିବ ।
ହ୍ୱାଇଟ ହାଉସ କହିଛି ଯେ ଆମେରିକାର ଟ୍ରେଜେରୀ ବିଭାଗ ରୁଷିଆର ବ୍ୟବସାୟୀ ସଙ୍ଗଠନ ୱାଗନର ଗ୍ରୁପକୁ ଏକ ଆନ୍ତର୍ଜାତୀୟ ଅପରାଧିକ ସଙ୍ଗଠନ ଭାବରେ ନିଯୁକ୍ତ କରିବ ଓ ଏହି ଗୋଷ୍ଠୀ ତଥା ଏହାର ସମର୍ଥନ ନେଟୱର୍କ ବିରୋଧରେ ଆସନ୍ତା ସପ୍ତାହରେ ଅତିରିକ୍ତ କଟକଣା ଲାଗୁ କରିବ ।

Share