ଓ୍ବାଶିଂଟନ,୨୯।୮: ଆମେରିକାରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାର ଚିକିତ୍ସା ଲାଗି ଏବେ ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି। ଏବେ ଆମେରିକାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କୁ ଏହି ଔଷଧ ଦିଆଯାଇ ପାରିବ। ଡ୍ରଗ ମେକର କମ୍ପାନୀ ଗିଲିୟଡ ସାଇନସେସ୍ କହିଛି ନିୟାମକୋ ବା ରେଗୁଲେଟର କୋଭିଡ-୧୯ରେ ସଂକ୍ରମିତ ରୋଗୀ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ପାଇଁ ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରକୁ ବ୍ୟବହାର କରାଯାଇ ପାରିବ। ଏହାପୂର୍ବରୁ ଆମେରିକାର ଖାଦ୍ୟ ଓ ଔଷଧିୟ ପ୍ରଶାସନ ଆପତକାଳୀନ ସ୍ଥିତିରେ ଏହି ଔଷଧକୁ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଥିଲା। ସୂଚନାଯୋଗ୍ୟ, କରୋନା ରୋଗୀଙ୍କ ପାଇଁ କାଲିଫର୍ନିଆର କମ୍ପାନୀ ଗିଲିୟଡ ୧୦ ଅଗଷ୍ଟରୁ ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରକୁ ଔପଚାରିକ ମଞ୍ଜୁରୀ ପାଇଁ ଆବେଦନ କରିଥିଲା।