ନାଇଜରରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ

ନିୟାମି,୨୬।୮: ନାଇଜରକୁ ସାମରିକ ଶାସକମାନେ ଦଖଲ କରିବା ପରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ରାନ୍ସ, ଜର୍ମାନ, ନାଇଜେରିଆଇ ଓ ଆମେରିକାର ରାଷ୍ଟ୍ରଦୂତମାନଙ୍କୁ ଦେଶ ଛାଡିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ତେବେ ଫ୍ରାନ୍ସ ଓ ଆମେରକିା ଏହି ନିର୍ଦ୍ଦେଶକୁ ଖଣ୍ଡନ କରିବା ସହ ନାଇଜର ସାମରିକ ଶାସନକୁ ସମର୍ଥନ କରେ ନାହିଁ ଫ୍ରାନ୍ସ ଜଣାଇଛି। ତେବେ ନାଇଜରର ବୈଦେଶିକ ମନ୍ତ୍ରଣାଳୟ ଆମେରିକା ସରକାରଙ୍କୁ ଜଣାଇଛି ଯେ, ମନ୍ତ୍ରଣାଳୟ ଦ୍ୱାରା ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ କୁହାଯାଇ ନାହିଁ।

Share