ଓ୍ବାଶିଂଟନ,୧୬ା୩: ରୁଷିଆ ଯୁଦ୍ଧବିମାନ ସୁଖୋଇ-୨୭ ଗତ ୧୪ ତାରିଖରେ କୃଷ୍ଣ ସାଗର ଉପର ଅନ୍ତର୍ଜାତୀୟ ବାୟୀସୁମାରେ ଅସୁରକ୍ଷିତ ତଥା ଅଣପେସାଦାରି ଢଙ୍ଗରେ ଆମେରିକାର ବାୟୁସେନାର ଏମ୍କବ୍ୟୁ-୯ ଡ୍ରୋନ୍କୁ ପିଛା କରିବା ସହ ଏହା ଉପରକୁ ଇନ୍ଧନ ଛାଡ଼ିଥିଲା। ଇନ୍ଧନ ଛାଡ଼ୁଥିବା ଦୃଶ୍ୟର ଏକ ସଂକ୍ଷିପ୍ତ ଭିଡିଓ ଆମେରିକା ସେନା ପକ୍ଷରୁ ଜାରି କରାଯାଇଛି। ଟୁଇଟରରେ ଆମେରିକାର ୟୁରୋପୀୟାନ କମାଣ୍ଡ ପକ୍ଷରୁ ପୋଷ୍ଟ କରାଯାଇଥିବା ଭିଡିଓରେ ରୁଷିଆ ଜେଟ୍ ଏମ୍କ୍ୟୁ-୯ ଡ୍ରୋନ୍ ପଛରେ ପହଞ୍ଚିବା ପରେ ଇନ୍ଧନ ଛାଡ଼ି ଏହା ଉପର ଦେଇ ଅତିକ୍ରମ କରିଥିଲା। ଫଳରେ ଡ୍ରୋନ୍ର ପ୍ରୋପେଲର କାର୍ଯ୍ୟ କରି ନ ଥିଲା। ଏହାର କିଛି ସମୟ ପରେ ରୁଷିଆ ଜେଟ୍ ପୁଣିଥରେ ଉକ୍ତ ଡ୍ରୋନ୍କୁ ପିଛା କରିଥିଲା ଓ ଇନ୍ଧନ ଫିଙ୍ଗିଥିଲା। ଯାହା ଫଳରେ ପ୍ରୋପେଲର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବୋଲି ଆମେରିକା କହିଛି। ରୁଷିଆ ଯୁଦ୍ଧ ବିମାନର ଏହି କାର୍ଯ୍ୟାଳାପକୁ ଆମେରିକା ସୈନ୍ୟ ନିନ୍ଦା କରିଛନ୍ତି। ଅନ୍ୟପଟେ ରୁଷିଆ ନିଜର ସ୍ପଷ୍ଟୀକରଣ ରଖିବା ସହ ଏହାକୁ କେବଳ ଏକ ଦୁର୍ଘଟଣା ବୋଲି କହିଛି।
Official footage released by the U.S. Air Force of the collision between a Russian Su-27 and US MQ-9 over the Black Sea. pic.twitter.com/kZaYUyXzVm
— OSINTtechnical (@Osinttechnical) March 16, 2023