କରୋନା ପାଇଁ ବେଜିଂକୁ ଦାୟୀ କଲେ ନିକ୍କି ହେଲି

ୱାଶିଂଟନ,୨୮ ।୨: ଆମେରିକାନ ରିପ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ମଙ୍ଗଳବାର କହିଛନ୍ତି କୋଭିଡ-୧୯ ସମ୍ଭବତଃ ଚାଇନାର ଲାବୋରୋଟୋରିରୁ ଆସିଛି, ସେଥିପାଇଁ ଚାଇନାକୁ ଦିଆଯାଉଥିବା ଆମେରିକା ସହାୟତାକୁ କମ କରିଦେବା ଦରକାର । ହେଲି ମଙ୍ଗଳବାର ଟୁଇଟ କରିଛନ୍ତି, କୋଭିଡ-୧୯ ସମ୍ଭବତଃ ଏକ ଚାଇନା ଲାବୋରୋଟୋରିରୁ ଆସିଛି । ଆମେରିକା ସହାୟତା କମ କରୁ । କମ୍ୟୁନିଷ୍ଟ ଚାଇନା ପାଇଁ ଗୋଟିଏ ଟଙ୍କା ବି ନାହିଁ ।
ହେଲି ନିକଟରେ କହିଥିଲେ, ସେ ଯଦି ରାଷ୍ଟ୍ରପତି ହୁଅନ୍ତି ତେବେ ଆମେରିକାକୁ ଘୃଣା କରୁଥିବା ଦେଶକୁ ମିଳୁଥିବା ବିଦେଶୀ ସହାୟତାକୁ ସମ୍ପୂର୍ଣ୍ଣ ଭାବେ କାଟି ଦେବେ । ଏଥିରେ ଚାଇନା, ପାକିସ୍ତାନ ଓ ଅନ୍ୟ କିଛି ଦେଶ ରହିଛନ୍ତି । ସେ କହିଥିଲେ ଆମେରିକା ଏକ ମଜଭୁତ ଦେଶ ଓ ସେ ଖରାପ ଲୋକଙ୍କୁ ସହାୟତା ଦେଇପାରିବ ନାହିଁ । ଏହା ପୂର୍ବରୁ ଶନିବାର ବି ହେଲି ବାଇଡେନ ପ୍ରଶାସନ ପକ୍ଷରୁ ବିଦେଶକୁ ପଠାଯାଉଥିବା ସହାୟତାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ।

Share