ଆଫଗାନିସ୍ତାନର ଅଣ-ନାଟୋ ମାନ୍ୟତା ରଦ୍ଦ କଲା ଆମେରିକା…

ଓ୍ବାଶିଂଟନ, ୨୪।୯ : ଆଫଗାନିସ୍ତାନରୁ ସାମରିକ ପ୍ରତ୍ୟାହାର ଏବଂ ତାଲିବାନ ଶାସନ ପରେ ଆମେରିକା ଧୀରେ ଧୀରେ ଏହି ଦେଶ ସହିତ ନିଜର ସମ୍ପର୍କ ଭାଙ୍ଗୁଛି। ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନ ଉପରେ ଆଉ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି।

ବାଇଡେନ ଆଫଗାନିସ୍ତାନକୁ ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀର ମାନ୍ୟତା ରଦ୍ଦ କରି ଦେଇଛି। ୨୦୧୨ରେ, ଆମେରିକା ଆଫଗାନିସ୍ତାନକୁ ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀ ଭାବରେ ନାମିତ କରିଥିଲା। ଏହା ଅଧୀନରେ ଉଭୟଙ୍କ ମଧ୍ୟରେ ପ୍ରତିରକ୍ଷା ଏବଂ ଅର୍ଥନୈତିକ ସହଯୋଗର ରାସ୍ତା ଫିଟିଥିଲା। ଏହା ଜଣା ଯେ ଏକ ପ୍ରମୁଖ ନାଟୋ ସହଯୋଗୀ ଭାବରେ ଆମେରିକା ଆଫଗାନିସ୍ତାନକୁ ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଅନେକ ସୁବିଧା ଏବଂ ଛାଡ ଯୋଗାଉଥିଲା।

୧୯୮୭ ରେ ଆମେରିକା ଅଣ-ନାଟୋ ପ୍ରମୁଖ ସହଯୋଗୀ ମାନ୍ୟତା ଆରମ୍ଭ କରିଥିଲା। ଏହା ଅଧୀନରେ ଏହା ଏପର୍ଯ୍ୟନ୍ତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବାହାରିନ, ବ୍ରାଜିଲ, କଲମ୍ବିଆ, ଇଜିପ୍ଟ, ଇସ୍ରାଏଲ, ଜାପାନ, ଜୋର୍ଡାନ, କୁଏତ, ମୋରୋକୋ, ନ୍ୟୁଜିଲାଣ୍ଡ, ପାକିସ୍ଥାନ, ଫିଲିପାଇନ୍ସ, କତାର, ଦକ୍ଷିଣ କୋରିଆ, ଥାଇଲାଣ୍ଡ,ଟ୍ୟୁନିସିଆ ଏବଂ ଆଫଗାନିସ୍ତାନକୁ ଏହି ମାନ୍ୟତା ମିଳିଥିଲା। ଆଫଗାନିସ୍ତାନ ଏହିି ତାଲିକାରୁ ହଟିବା ପରେ ବର୍ତ୍ତମାନ ଆମେରିକା ପାଖରେ ୧୮ ପ୍ରମୁଖ ଅଣ-ନାଟୋ ସହଯୋଗୀ ରହିଛନ୍ତି।

ଏ ସମ୍ପର୍କରେ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ଆଣ୍ଟୋନି ବ୍ଲିଙ୍କେନ ସୂଚନା ପ୍ରଦାନ କରିଛନ୍ତି।

Share