‘ଅକ୍‌ସ’ରେ ଭାରତକୁ ମିଳିବନି ସ୍ଥାନ

ଓ୍ବାଶିଂଟନ୍‌,୨୩।୯: ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ହୋଇଛି। ଯାହାର ନାମ ରହିଛି ‘ଅକ୍‌ସ’। ଭାରତ-ପ୍ରଶାନ୍ତ ମହାସଂଘର ସୁରକ୍ଷା ପାଇଁ ଏହି ଚୁକ୍ତି କରାଯାଇଛି। ଏଥିରେ ଭାରତ କିମ୍ବା ଜାପାନ ଅନ୍ତର୍ଭୁକ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇଛି। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରର ସୁରକ୍ଷା ପାଇଁ ମିଳିତ ମଞ୍ଚରେ ଅନ୍ୟ କୌଣସି ଦେଶ ଅନ୍ତର୍ଭୂକ୍ତ ହେବ ନାହିଁ। ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଆଗ୍ରହ ରଖିଥିବା ଫ୍ରାନ୍ସ ସମେତ ଅନେକ ଦେଶ ସହ କଥାବାର୍ତ୍ତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସାକି କହିଛନ୍ତି।
ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବଢୁଥିବା ପ୍ରଭାବ ମଧ୍ୟରେ ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେପ୍ଟେମ୍ବର ୧୫ରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପାଇଁ ଏକ ନୂତନ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଘୋଷଣା କରିଥିଲେ।

Share