ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା-ରୁଷିଆ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୧: ଆମେରିକା ଏବଂ ରୁଷିଆ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଆମେରିକା ଭାରତକୁ ଏହାର ପ୍ରମୁଖ ରଣନୀତିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି କରି ଭାରତ ସହ ସମ୍ପର୍କକୁ ଆହୁରି ଗଭୀର କରିବାକୁ କହିଛି।

ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା। ଭାରତ ହେଉଛି ଏକ ଦେଶ ଯାହା ଆମେରିକା ପାଇଁ ଏକ ପ୍ରମୁଖ ରଣନୀତିକ ଭାଗିଦାରୀ ଅଟେ। ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମର ସହଯୋଗକୁ ମଜବୁତ କରିବାକୁ ଆଗ୍ରହୀ।

ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆମେ ଆଗାମୀ ବର୍ଷରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଅପେକ୍ଷା କରିଛୁ। ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି । ଏଥିସହିତ ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ମଧ୍ୟ ୭୫ତମ ସାଧାରଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri