ରୁଷିଆ ସହ ସମ୍ପର୍କ ଶେଷ କରିବ ନାହିଁ ଭାରତ, ଆଶା କରୁଛୁ ୟୁକ୍ରେନ ବିବାଦକୁ ଶେଷ କରିବାକୁ ହେବ ପ୍ରୟାସ: ଆମେରିକା

ୱାଶିଂଟନ,୨୫ ।୨: ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାରେ ଆମେରିକାର ସହାୟକ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ରୁଷିଆ-ୟୁକ୍ରେନ୍ ସଂଘର୍ଷକୁ ନେଇ ଭାରତ ଚିନ୍ତାଧାରାକୁ ନେଇ ଆମେରିକି ଦୃଷ୍ଟିକୋଣ ବ୍ୟକ୍ତ କରିଛନ୍ତି । ସେ ଦାବି କରି କହିଛନ୍ତି, ଆମେରିକାକୁ ଲାଗୁନାହିଁ ଏତେଶୀଘ୍ର ଭାରତ ରୁଷିଆ ସହ ସମ୍ପର୍କ ଶେଷ କରିଦେବ । ହେଲେ ଆମେରିକା ଆଶା କରୁଛି ଯେ ରୁୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆ ଉପରେ ତା’ର ପ୍ରଭାବର ବ୍ୟବହାର କରିପାରେ ।

ସୂଚନାଯୋଗ୍ୟ, ଭାରତ ମିଳିତ ଜାତିସଂଘ ମହାସଭାର ପ୍ରସ୍ତାବକୁ ନେଇ ହୋଇଥିବା ମତଦାନରୁ ଦୂରେଇ ରହିଥିଲା । ପ୍ରସ୍ତାବରେ ମିଳିତ ଜାତିସଂଘ ଚାର୍ଟରର ସିଦ୍ଧାନ୍ତର ଅନୁରୂପ ୟୁକ୍ରେନରେ ଖୁବଶୀଘ୍ର ବ୍ୟାପକ, ନ୍ୟାୟସଙ୍ଗତ ଓ ସ୍ଥାୟୀ ଶାନ୍ତି ହାସଲ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Share