ଓ୍ବାଶିଂଟନ,୨୭ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’ ଅନ୍ୟ ଜଣେ ଆମେରିକାର ଗୁପ୍ତ ସେବା କର୍ମଚାରୀଙ୍କୁ କାମୁଡ଼ି ଦେଇଛି। ଚାରି ମାସ ମଧ୍ୟରେ ଏହା ହେଉଛି ୧୧ତମ ଆକ୍ରମଣ। ଗୁପ୍ତ ସେବା କର୍ମଚାରୀଙ୍କୁ ବାଇଡେନଙ୍କ କୁକୁର ସୋମବାର ହ୍ବାଇଟ୍ ହାଉସ୍ରେ କାମୁଡ଼ିଥିଲା। ଏହି ଘଟଣା ସମ୍ପର୍କରେ ବୁଧବାର ସୂଚନା ଦେଇ ୟୁଏସ୍ଏସ୍ଏସ୍ ଯୋଗାଯୋଗ ମୁଖ୍ୟ ଆନ୍ଥୋନୀ ଗୁଗ୍ଲିମି କହିଛନ୍ତି, ଡାକ୍ତରୀ କର୍ମଚାରୀ ତୁରନ୍ତ କର୍ମଚାରୀଙ୍କ ଚିକିତ୍ସା କରିଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।
ବାଇଡେନର କୁକୁର କମାଣ୍ଡର ଜର୍ମାନ ଶେଖର ପ୍ରଜାତିର। ସେ ଅକ୍ଟୋବର ୨୦୨୨ରୁ ଜାନୁୟାରୀ ମଧ୍ୟରେ ଅତି କମ୍ରେ ୧୦ଥର ଗୁପ୍ତ ସେବା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛି। କମାଣ୍ଡର କାମୁଡ଼ିବା ପରେ ଜଣେ ଆଇନଜୀବୀଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା।