ଆମେରିକାରେ ବେକାକୁ ହେଲାଣି କରୋନା, ପ୍ରତିରକ୍ଷାମନ୍ତ୍ରୀ ସଂକ୍ରମିତ

ୱାଶିଂଟନ,୩ ।୧: ଆମେରିକାରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଛି । ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲୟଡ ଜେମ୍ସ ଅଷ୍ଟିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ଏହାର ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ମୋତେ କରୋନାର ସାମନ୍ୟ ଲକ୍ଷଣ ଦେଖା ଦେବା ପରେ ମୁଁ ଟେଷ୍ଟ କରାଇଥିଲି । ଏହାପରେ ରିପୋର୍ଟ ଭଜିଟିଭ ଆସିଛି । ଯଦିଓ ଲକ୍ଷଣ ସାମାନ୍ୟ ଥିଲା ଏବେ କିନ୍ତୁ ଡାକ୍ତରଙ୍କ ସମସ୍ତ ନିର୍ଦ୍ଦେଶ ମୁଁ ପାଳନ କରୁଛି । ସୂଚନାଯୋଗ୍ୟ, କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଦେଖାଦେବା ପରେ ଏବେ ସାରା ବିଶ୍ୱରେ କରୋନା ସଂକ୍ରମଣ ପୁଣି ଥରେ ବଢି ଯାଇଛି । ଏହାକୁ ଦୃଷ୍ଟିରେ ତଥା ସଂକ୍ରମଣକୁ ରୋକିବାକୁ ଭାରତ ସମେତ ବିଭିନ୍ନ ଦେଶ ନାଇଟ କର୍ଫ୍ୟୁ ସହ ଅନ୍ୟ କଟକଣା ଲଗାଇଛନ୍ତି । ଏହାପରେ ବି ସଂକ୍ରମଣ ବୃଦ୍ଧି ଲକଡାଉନ ଆଡକୁ ଇସାରା କରୁଛି ବୋଲି କୁହାଯାଉଛି ।

Share