ବ୍ରିସବେନ୍,୩୦ା୭: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ହୋଇଥିବା ସାମରିକ ପୁଲଓ୍ବାମା ଆକ୍ରମଣ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚେତାବନୀ ଦେଇଛନ୍ତି। ଯଦି ପରିସ୍ଥିତି ଜାରି ରହେ ତେବେ ଆମେରିକା ପରି ସହାୟତା ବିପଦରେ ପଡ଼ିବ ବୋଲି ‘ହିଲ୍’ ଏହି ସୂଚନା ଦେଇଛି।
ଅଷ୍ଟ୍ରେଲିଆର ବ୍ରିସବେନ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବ୍ଲିଙ୍କେନ କହିଛନ୍ତି, ନାଇଜର ସହିତ ଆମର ଅର୍ଥନୈତିକ ଏବଂ ସୁରକ୍ଷା ସହଭାଗିତା ଯାହା ଗୁରୁତ୍ୱପୂର୍ଣ୍ଣ ଏବଂ ଶହ ଶହ କୋଟି ଡଲାର ମୂଲ୍ୟର, ଏହା ଗଣତାନ୍ତ୍ରିକ ଶାସନର ନିରନ୍ତରତା ଏବଂ ସାମ୍ବିଧାନିକ ଆଦେଶ ଉପରେ ନିର୍ଭର କରେ, ଯାହାକି ଗତ କିଛି ଦିନ ମଧ୍ୟରେ ବାଧାପ୍ରାପ୍ତ ହୋଇଥିଲା ।
ବ୍ଲିଙ୍କେନ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦ ବାଜୁମ ଏବଂ ପୂର୍ବତନ ରାଷ୍ଟ୍ରପତି ଇସୁଫ୍ଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ନାଇଜରରେ ଗଣତାନ୍ତ୍ରିକ ଶାସନର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ଆମେରିକା କାର୍ଯ୍ୟ ଜାରି ରଖିବ।