‘ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ’, ମୋଦିଙ୍କ ଗସ୍ତର ଗୋଟିଏ ମାସ ଭିତରେ ସଂସଦୀୟ କମିଟି ପାସ କଲା ପ୍ରସ୍ତାବ

ଓ୍ବାଶିଂଟନ,୧୪।୭: ଚାଇନା ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ କରି ଚାଲିଛି। ନିକଟରେ ଭାରତର ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଚାଇନା କବଜା କରି ନେଇଛି। ଏହାପରେ ଚାଇନା କହୁଛି କି ଏହା ଚାଇନାର ଅଂଶ। ଏଥିରେ ଆମେରିକା ଭାରତର ପକ୍ଷ ନେଉଛି। ଆମେରିକା ସଂସଦର ସିନେଟ କମିଟି ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସ୍ବୀକୃତି ଦେଇ ଏକ ପ୍ରସ୍ତାବକୁ ପାସ କରିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଏକ ମାସ ମଧ୍ୟରେ ସଂସଦୀୟ କମିଟି ଦ୍ୱାରା ଏହି ପ୍ରସ୍ତାବ ପାସ ହୋଇଛି।
ଗୁରୁବାର ସିନେଟର ଜେଫ ମର୍କଲେ, ବିଲ ହେଗର୍ଟି, ଟିମ କାଇନ ଏବଂ କ୍ରିସ ୱାନ ହୋଲେନ ଏହି ପ୍ରସ୍ତାବ ଆଣିଥିଲେ। ରିଜୋଲ୍ୟୁସନରେ କୁହାଯାଇଛି ଯେ ଆମେରିକା ମ୍ୟାକମୋହନ ଲାଇନକୁ ଚାଇନା ଏବଂ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଭାବରେ ସ୍ବୀକୃତି ଦେଇଛି। ଏହି ପ୍ରସ୍ତାବ ପୂର୍ଣ୍ଣ ଭୋଟ ପାଇଁ ସିନେଟକୁ ଯିବ।
ସଂସଦର କାର୍ଯ୍ୟନିର୍ବାହୀ ଆୟୋଗର ସହ-ଅଧ୍ୟକ୍ଷ ସିନେଟର ଜେଫ ମର୍କଲେ କହିଛନ୍ତି ଯେ ଆମେରିକା ସାରା ବିଶ୍ୱରେ ସ୍ବାଧୀନତା ଏବଂ ଆଇନ ଶୃଙ୍ଖଳାକୁ ସମର୍ଥନ କରେ। ରିଜୋଲ୍ୟୁସନ ଏହା ସ୍ପଷ୍ଟ କରେ ଯେ ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରେ ଏବଂ ପିପୁଲ୍ସ ରିପବ୍ଲିକ ଅଫ ଚାଇନା ନୁହେଁ ।

Share