ପୁଟିନ୍‌ଙ୍କ ମୁଣ୍ଡ ଗଡ଼ାଇବା ପାଇଁ ଆମେରିକା ଏମ୍‌ପିଙ୍କ ଆହ୍ବାନ

ଓ୍ବାଶିଂଟନ୍‌,୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ନିଜର ବିଜୟ ପଥରେ ରୁଷିଆ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ମଧ୍ୟ ନିଜ ଦେଶର ସମ୍ମାନ ବଞ୍ଚାଇବାକୁ ପଛଘୁଞ୍ଚା ଦେଉନାହିଁ। ୟୁକ୍ରେନର ଏହି ଆକ୍ରମଣ ଯୋଗୁ ବିଭିନ୍ନ ଦେଶ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ବିରୋଧ କରିଛନ୍ତି। ଇତିମଧ୍ୟରେ ଆମେରିକାର ଜଣେ ଏମ୍‌ପି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ହତ୍ୟା କରିବା ପାଇଁ ଆହ୍ବାନ ଦେଇଛନ୍ତି। ରୁଷିଆରୁ କେହି ଜଣେ ଆଗକୁ ଆସି ପୁଟିନ୍‌ଙ୍କୁ ହତ୍ୟା କଲେ ଯୁଦ୍ଧ ବନ୍ଦ ହୋଇଯିବ ବୋଲି ଏମ୍‌ପି ଲିଣ୍ଡସେୟ ଗ୍ରାହମ କହିଛନ୍ତି। ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଟେଲିଭିଜନର ଏକ ସାକ୍ଷାତକାରରେ ଆମେରିକା ଏମ୍‌ପି ଲିଣ୍ଡସେୟ ଗ୍ରାହମ ୟୁକ୍ରେନ ଉପରେ ମସ୍କୋର ଆକ୍ରମଣ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ଏହି ସମୟରେ ସେ କହିଥିଲେ, ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ବିଧ୍ୱଂସ ହୋଇଗଲାଣି। ଏହା ଏବେ ଅସହ୍ୟ ହୋଇପଡ଼ିଛି। ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ତେଣୁ ପୁଟିନ୍‌ଙ୍କୁ ହତ୍ୟା କରାଗଲେ ଏହି ଯୁଦ୍ଧ ବନ୍ଦ ହୋଇଯିବ ବୋଲି ଗ୍ରାହମ କହିଛନ୍ତି। ଗ୍ରାହମଙ୍କ ଏହି ଚାଞ୍ଚଲ୍ୟକର ବୟାନ ଏବେ ଚର୍ଚ୍ଚାର ପରିସରକୁ ଆସିଛି।

 

Share